ଆସିଲା ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ: ୬୫% କୋଭିଡ ମୃତ୍ୟୁ ରୋକିବାରେ ସକ୍ଷମ ‘ମୋଲନୁପିରାଭିର’

ନୂଆଦିଲ୍ଲୀ: ଭାରତୀୟ ଫାର୍ମାସ୍ୟୁଟିକାଲ୍ କମ୍ପାନି ହେଟେରୋ ଜାରି କଲା ‘ମୋଲନୁପିରାଭିର’ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣ ରିପୋର୍ଟ। ହେଟେରୋ ଆଜି ନିଜର କୋଭିଡ୍ ବଟିକା ମୋଭଫର୍ (‘ମୋଲନୁପିରାଭିର’)ର ତୃତୀୟ ପର୍ଯ୍ୟାୟ ପରୀକ୍ଷଣର ଫଳାଫଳ ଘୋଷଣା କରିଥିବା ବେଳେ ଫଳାଫଳ ଭଲ ଥିବା କହିଛି। ରିପୋର୍ଟରେ କୁହାଯାଇଛି ଯେ, ମୋଲନୁପିରାଭିର, ଷ୍ଟାଣ୍ଡାର୍ଡ ଅଫ୍ କେୟାର (ଏସଓସି) ସହିତ କରୋନାର ମୃତ୍ୟୁ ସଂଖ୍ୟାକୁ ୬୫% ପର୍ଯ୍ୟନ୍ତ ହ୍ରାସ କରିପାରୁଛି ବୋଲି ରିପୋର୍ଟରେ ଦାବି କରିଛି ହେଟେରୋ।

ଫେବ୍ରୁୁଆରି ୧୨ରୁ ଫେବ୍ରୁୁଆରି ୧୬ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ରେଟ୍ରୋଭାଇରସ୍ ଆଣ୍ଡ ଅପରଚୁନିଟି ଇନଫେକସନ ସମ୍ମିଳନୀରେ ଏହି ଅନୁସନ୍ଧାନଗୁଡିକ ମୌଖିକ ଭାବରେ ଉପସ୍ଥାପିତ ହୋଇଥିଲା। ଅଧ୍ୟୟନ ସମୟରେ କ‌ୌଣସି କରୋନା ରୋଗୀଙ୍କ ମୃତ୍ୟୁ ହୋଇନଥିବା ରିପୋର୍ଟରେ କୁହାଯାଇଥିଲା। ତୃତୀୟ ପର୍ଯ୍ୟାୟ ପରୀକ୍ଷଣରେ ହୋଇଥିବା ଅଧ୍ୟୟନ ମଧ୍ୟରୁ ଗୋଟିଏ ଅଧ୍ୟୟନରେ ୯୩% ରୁ ଅଧିକ ଅମ୍ଳଜାନ ସାଚୁରେଚର ସ୍ତର ଥିବା ୧୨୧୮କୋଭିଡ ରୋଗୀଙ୍କୁ ନେଇ ପରୀକ୍ଷା କରାଯାଇଥିଲା। ସେମାନଙ୍କ ଉପରେ ମୋଲନୁପିରାଭିରର ପ୍ରଭାବ ଭଲ ଥିବା ଦେଖାଯାଇଥିଲା।। ରୋଗୀଙ୍କ ମୃତ୍ୟୁ ହୋଇନଥିବା ସହ ଏହା ମୃତ୍ୟୁ ସଂଖ୍ୟାକୁ କମ କରୁଥିବା ଦେଖିବାକୁ ମିଳିଥିଲା।

ସମ୍ବନ୍ଧିତ ଖବର