ନୂଆଦିଲ୍ଲୀ: ଗତ ସୋମବାର ସୁପ୍ରିମକୋର୍ଟ ଦିଲ୍ଲୀ-ଏନସିଆରରେ ବୁଲା କୁକୁରମାନଙ୍କୁ ହଟାଇବା ପାଇଁ କଡ଼ା ନିର୍ଦ୍ଦେଶ ଦେଇ କହିଛନ୍ତି, ‘କୁକୁର କାମୁଡ଼ା ଯୋଗୁଁ ଜଳାନ୍ତକ ରୋଗ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ତତ୍କାଳ ପଦକ୍ଷେପ ନେବା ଛଡ଼ା ଆଉ କୌଣସି ଉପାୟ ନାହିଁ ।’

Advertisment

ସୁପ୍ରିମକୋର୍ଟଙ୍କ ଏହି ନିଷ୍ପତ୍ତିରେ କୁକୁର ପ୍ରେମୀମାନେ ଅସେନ୍ତୋଷ ବ୍ୟକ୍ତ କରିବା ସହିତ ନିଷ୍ପତ୍ତି ବିରୋଧରେ ପ୍ରତିବାଦ ଆରମ୍ଭ କରିଛନ୍ତି। 

ଏଥିସହିତ ବୁଲା କୁକୁରମାନଙ୍କୁ ହଟାଇବା ନେଇ ସୁପ୍ରିମକୋର୍ଟଙ୍କ ନିଷ୍ପତ୍ତିକୁ ସୋସିଆଲ ମିଡିଆରେ ମଧ୍ୟ ବିରୋଧ କରାଯାଉଛି। ଏହି କ୍ରମରେ ଭାରତର ଏକଦିବସୀୟ ଦଳର ଅଧିନାୟକ ରୋହିତ ଶର୍ମାଙ୍କ ପତ୍ନୀ ରିତିକା ସଜଦେହ ମଧ୍ୟ ଏହାକୁ ବିରୋଧ କରିଛନ୍ତି।

ritika sajdeh

ରିତିକା ତାଙ୍କ ସୋସିଆଲ ମିଡିଆରେ ମିଡିଆରେ ଏକ ପୋଷ୍ଟ ସେୟାର କରି କହିଛନ୍ତି, ‘ ସୁପ୍ରିମକୋର୍ଟ କହିଛନ୍ତି ଯେ ପ୍ରତ୍ୟେକ ବୁଲା କୁକୁରକୁ ଦିଲ୍ଲୀ-ଏନସିଆରର ରାସ୍ତାରୁ ହଟାଇ ଦିଆଯିବ ଉଚିତ। ମୋ ମତରେ ଏମାନେ କେବଳ ବୁଲା କୁକୁର ନୁହଁନ୍ତି। ଏମାନେ ଚା ଦୋକାନ ବାହାରେ ବିସ୍କୁଟ ପାଇଁ ଲୋକଙ୍କୁ ଖୁବ ସ୍ନେହରେ ଅପେକ୍ଷା କରି ରହିଥାଆନ୍ତି। ଦୋକାନୀଙ୍କ ପାଇଁ ସେମାନେ ନୀରବ ପ୍ରହରୀ ସାଜିଥାଆନ୍ତି। ପିଲାମାନେ ସ୍କୁଲରୁ ଫେରିବା ପରେ ସମୟରେ ଛୁଆଭଳି ସେମାନଙ୍କର ସହିତ ଖେଳିଖେଳି ଲାଞ୍ଜ ହଲାଇଥାନ୍ତି।

କାହା ପାଇଁ ଏମାନେ ବାରବୁଲା କୁକୁର ହୋଇଥାଇ ପାରନ୍ତି ମୋ ପାଇଁ ତ ଏ ନୀରିହ ଜନ୍ତୁମାନେ ଜୀବନ କହିଲେ ଚଳେ। ସେମାନଙ୍କୁ କିଛି କଷ୍ଟ ହେଲେ ମୋ ଆତ୍ମାକୁ ବାଧିଥ‌ାଏ। ହଁ ମାନୁଛି ବାରବୁଲା କୁକୁରମାନଙ୍କ ପ୍ରତି କାମୁଡ଼ି ଦେବାର ଭୟ ରହିଛି।  କିନ୍ତୁ, ପଶୁମାନଙ୍କର ଏକ ସମ୍ପୂର୍ଣ୍ଣ ସମ୍ପ୍ରଦାୟକୁ ପିଞ୍ଜରାରେ ରଖିବା ସମାଧାନ ନୁହେଁ।

ସୁପ୍ରିମକୋର୍ଟ ଏହି ନିଷ୍ପତ୍ତିରେ ସ୍ପଷ୍ଟ ଭାବେ ଭାବେ କହିଛନ୍ତି ଯେ ଯଦି କୌଣସି ବ୍ୟକ୍ତିବିଶେଷ କିମ୍ବା ସଂଗଠନ ବୁଲା କୁକୁରଙ୍କୁ ଧରିବା ପାଇଁ ହେଉଥିବା ପ୍ରୟାସକୁ ବିରୋଧ କରିବେ, ତେବେ ସେମାନଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। କୁକୁର କାମୁଡ଼ା ଯୋଗୁ ଜଳାନ୍ତକ ରୋଗ ବଢ଼ିବାରେ ଲାଗିଛି। ଏହାକୁ ରୋକିବା ପାଇଁ ତତ୍କାଳ ପଦକ୍ଷେପ ନେବା ଛଡ଼ା ଆଉ କୌଣସି ଉପାୟ ନାହିଁ ବୋଲି କୋର୍ଟ ମତ ରଖିଛନ୍ତି।