ନୂଆଦିଲ୍ଲୀ: ରୋହିତ ଶର୍ମା ଆଇସିସି ଚାମ୍ପିୟନ୍ସ ଟ୍ରଫି ଫଟୋସୁଟ୍ କିମ୍ବା ଅନ୍ୟ କୌଣସି ଇଭେଣ୍ଟ ପାଇଁ ପାକିସ୍ତାନ ଯିବେ କି? ଶେଷରେ ଏହି ପ୍ରଶ୍ନର ଉତ୍ତର ସାମ୍ନାକୁ ଆସିଛି । ଆଉ ଏହାର ଉତ୍ତର ହେଉଛି ନା । ପିସିବି ସୂତ୍ରରୁ ପ୍ରକାଶ ଯେ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ପାକିସ୍ତାନରେ ଅଧିନାୟକମାନଙ୍କ ପାଇଁ କୌଣସି ଫଟୋସୁଟ୍ କିମ୍ବା ସାମ୍ବାଦିକ ସମ୍ମିଳନୀ ହେବ ନାହିଁ। ଆଇସିସି ସହ ମଧ୍ୟ ଏ ନେଇ ଆଲୋଚନା ହୋଇଛି।
ପାକିସ୍ତାନ କ୍ରିକେଟ୍ ବୋର୍ଡ (ପିସିବି) ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଚାମ୍ପିୟନ୍ସ ଟ୍ରଫି ପୂର୍ବରୁ ଦଳଗୁଡ଼ିକ ବିଭିନ୍ନ ସ୍ଥାନରେ ସିରିଜ୍ ଖେଳୁଛନ୍ତି। ବ୍ୟସ୍ତବହୁଳ ଯାତ୍ରା କାର୍ଯ୍ୟସୂଚୀ ଯୋଗୁଁ ଏହି ଦଳଗୁଡ଼ିକ ଅନୁପଲବ୍ଧ ହେବାରେ ଲାଗିଛନ୍ତି। ଫଳରେ ସେମାନେ ଟୁର୍ଣ୍ଣାମେଣ୍ଟ ପୂର୍ବରୁ ଅଧିନାୟକଙ୍କ ସାମ୍ବାଦିକ ସମ୍ମିଳନୀକୁ ବାତିଲ କରିବାକୁ ବାଧ୍ୟ ହୋଇଛନ୍ତି।

ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ, ଟୁର୍ଣ୍ଣାମେଣ୍ଟ ପୂର୍ବରୁ ସବୁ ଦଳର ବ୍ୟସ୍ତବହୁଳ କାର୍ଯ୍ୟସୂଚୀ ରହିଛି। ଭାରତ ଓ ଇଂଲଣ୍ଡ ମଧ୍ୟରେ ଟି-୨୦ ଓ ଦିନିକିଆ ସିରିଜ୍ ଖେଳାଯାଉଛି। ଅଷ୍ଟ୍ରେଲିଆ ଦଳ ଶ୍ରୀଲଙ୍କାଗସ୍ତରେ ଟେଷ୍ଟ ଓ ଦିନିକିଆ ସିରିଜ୍ ଖେଳୁଛି। ଏହି କାରଣରୁ ଇଂଲଣ୍ଡ ଦଳ ଫେବୃଆରୀ ୧୮ରେ ଲାହୋରରେ ଏବଂ ଅଷ୍ଟ୍ରେଲିଆ ଦଳ ଫେବୃଆରୀ ୧୯ରେ ପାକିସ୍ତାନରେ ପହଞ୍ଚିବ।