ଜୋମାଟୋରେ ଅନଲାଇନ ଖାଦ୍ୟ ଅର୍ଡର କରି ଠକାମିର ଶିକାର ହେଲେ ଛାତ୍ରୀ, ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ନେଇଗଲା ସାଇବର୍ ଲୁଟେରା

ରୋହତକ: ଏବେ ଅନେକ ଲୋକ ଜୋମାଟୋ ଭଳି ଅନଲାଇନ ଆପରୁ ଖାଇବା ଅର୍ଡର କରୁଛନ୍ତି । କିନ୍ତୁ ଜଣେ ଛାତ୍ରୀ ଏଭଳି କରି ଠକେଇର ଶିକାର ହୋଇଛନ୍ତି। ହରିଆନାର ରୋହତକ ଅଞ୍ଚଳର ଏମ ଡି ବିଶ୍ୱବିଦ୍ୟାଳୟର ଏମଏ ପଢ଼ୁଥିବା ଜଣେ ଛାତ୍ରୀ ସାକ୍ଷୀ ଖାଦ୍ୟ ଅର୍ଡର କରି ଏବେ ଅସୁବିଧାରେ ପଡ଼ିଛନ୍ତି ।ଖାଦ୍ୟ ଅର୍ଡର କରିବାର କିଛି କିଛି ମିନଟ ଭିତରେ ସାଇବର ଲୁଟେରା ତାଙ୍କ ଖାତାରୁ ୮୦ ହଜାର ଟଙ୍କା ଲୁଟି ନେଇଛନ୍ତି ।

photo–techcircle

ସାକ୍ଷୀଙ୍କ କହିବା ଅନୁଯାୟୀ ସେ ଜୋମାଟୋରେ ଅନଲାଇନ ଖାଦ୍ୟ ଅର୍ଡର କରିଥିଲେ । ଖାଦ୍ୟ ପ୍ୟାକେଟ ଠିକ ସମୟରେ ତାଙ୍କ ପାଖରେ ପହଞ୍ଚିଥିଲା। ପ୍ୟାକେଟ ଖୋଲିବା ପରେ ତାଙ୍କୁ ନିମ୍ନମାନର ଖାଦ୍ୟ ମିଳିଥିଲା । ଏହାପରେ ସେ ତୁରନ୍ତ ଡେଲିଭରି ବୟକୁ ଖାଦ୍ୟ ଫେରେଇ ନେବା ପାଇଁ ଫୋନ କରି କହିଥିଲେ । କିନ୍ତୁ ଡେଲିଭରି ବୟ କଷ୍ଟମର କେୟାରକୁ ଫୋନ କରିବା ପାଇଁ କହିଥିଲା ।

photo-zomato

ଏହାପରେ ସାକ୍ଷୀ କଷ୍ଟମର କେୟାରକୁ ଫୋନ କରି ଖାଇବା ଫେରାଇ ନେଇ ତାଙ୍କ ଟଙ୍କା ଫେରସ୍ତ ଦେବାକୁ ଅନୁରୋଧ କରିଥିଲେ । କିନ୍ତୁ ସେ କେବେ ବି ଭାବି ନଥିଲେ ଯେ ଫୋନ କଲରେ କଥା ହେଉଥିବା ବ୍ୟକ୍ତି ତାଙ୍କୁ କଥା ହେବା ବାହାନାରେ ତାଙ୍କ ବ୍ୟାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ହଡ଼ପ କରି ଦେବେ। ସାକ୍ଷୀଙ୍କଠାରୁ ତାଙ୍କର ଏଟିଏମ ସଂପର୍କୀତ ସବୁ ସୂଚନା ହାସଲ କରି ନେବାପରେ ତାଙ୍କ ଆକାଉଣ୍ଟରୁ ସବୁ ଟଙ୍କା ହଡ଼ପ କରି ନେଇଥିଲା । ଏବେ ସାକ୍ଷୀ ନିଜର ଟଙ୍କା ଫେରସ୍ତ ପାଇବା ପାଇଁ ଜୋମାଟୋ ଅଫିସ ଓ ପୁଲିସର ଦ୍ବାରସ୍ଥ ହୋଇଛନ୍ତି ।

ସମ୍ବନ୍ଧିତ ଖବର