ଜାତିସଂଘରେ ଇମ୍ରାନଙ୍କ ଅଭିଭାଷଣକୁ ନିନ୍ଦା କଲେ ଗୌତମ ଗମ୍ଭୀର, ଆତଙ୍କବାଦୀଙ୍କ ଆଦର୍ଶ ବୋଲି କହିଲେ

ମୁମ୍ବାଇ: କ୍ରିକେଟରରୁ ରାଜନେତା ପାଲଟିଥିବା ଗୌତମ ଗମ୍ଭୀର ସୋମବାର ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନଙ୍କ ଉପରେ ଗାଳି ବର୍ଷଣ କରିଛନ୍ତି। ଜାତିସଂଘରେ ଇମ୍ରାନ ଦେଇଥିବା ତାଙ୍କର ଲମ୍ବା ଅଭିଭାଷଣ ପାଇଁ ତାଙ୍କୁ ଭର୍ତ୍ସନା କରିଛନ୍ତି ଗମ୍ଭୀର।

ଏକ ଟ୍ଵିଟ୍‌ କରି ସେ ଲେଖିଛନ୍ତି, ‘ଖେଳାଳିମାନେ ଅନ୍ୟଙ୍କ ପାଇଁ ଆଦର୍ଶ ହେବା କଥା। ପାକିସ୍ତାନ ପ୍ରଧାନମନ୍ତ୍ରୀ ଆତଙ୍କବାଦୀଙ୍କ ପାଇଁ ଆଦର୍ଶ ସାଜିଛନ୍ତି। ଭଲ ବ୍ୟବହାର, ଭଲ ଟିମ୍‌ ଭାବନା, ନୈତିକତା, ଚରିତ୍ର ଆଦି ଦୃଷ୍ଟିରୁ ଲୋକଙ୍କ ପ୍ରେରଣା ପାଲଟନ୍ତି ଖେଳାଳି। ନିକଟରେ ଜଣେ ଖେଳାଳିଙ୍କୁ ଆମେ ଜାତିସଂଘରେ ଦେଖିଲୁ, ଯିଏକି ଆତଙ୍କବାଦୀମାନଙ୍କ ପାଇଁ ଜଣେ ଆଦର୍ଶ। ଇମ୍ରାନ ଖାନଙ୍କୁ ଖେଳ ସମୁଦାୟରୁ ବହିଷ୍କାର କରାଯିବା ଉଚିତ।’ ଉଲ୍ଲେଖଯୋଗ୍ୟ କି ଇମ୍ରାନ ଖାନ ପାକିସ୍ତାନ ପାଇଁ ୧୯୭୧ ମସିହାରେ ତାଙ୍କ ପ୍ରଥମ ମ୍ୟାଚ୍‌ ଖେଳିଥିଲେ।

ଉଲ୍ଳେଖଯୋଗ୍ୟ, ଶୁକ୍ରବାର ଜାତିସଂଘରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ପରେ ନିଜର ଅଭିଭାଷଣ ରଖିଥିଲେ ଇମ୍ରାନ। ଜଣକୁ ୧୫ ମିନିଟ୍‌ ମଧ୍ୟରେ ନିଜର ବକ୍ତବ୍ୟ ସାରିବାକୁ ସମୟ ସୀମା ଦିଆଯାଇଥିଲେ ବି ୪୫ ମିନିଟ୍‌ର ଲମ୍ବା ଭାଷଣ ଦେଇଥିଲେ ଇମ୍ରାନ। ସେ ସେଠାରେ କଶ୍ମୀରରୁ ଧାରା ୩୭୦ ଉଚ୍ଛେଦ ପ୍ରସଂଗ ମଧ୍ୟ ଉଠାଇଥିଲେ।

ସମ୍ବନ୍ଧିତ ଖବର