ଆଇସିଜେରେ ଭଣ୍ଡାରିଙ୍କ ବିଜୟରେ ବୈଦେଶିକ ମନ୍ତ୍ରାଳୟର ଭୂମିକା

ନୂଆଦିଲ୍ଲୀ: ଇଣ୍ଟର୍‌ନ୍ୟାସ୍‌ନାଲ୍‌ କୋର୍ଟ ଅଫ୍‌ ଜଷ୍ଟିସ୍‌ (ଆଇସିଜେ)ରୁ ଇଂଲଣ୍ଡର ପ୍ରାର୍ଥୀ କ୍ରିଷ୍ଟୋଫର୍‌ ଗ୍ରିନ୍‌ଉଡ୍‌ଙ୍କୁ ହଟାଇବାରେ ଭାରତର ବୈଦେଶିକ ମନ୍ତ୍ରାଳୟର ଭୂମିକା ଗୁରୁତ୍ୱପୂର୍ଣ୍ଣ। କହିବାକୁ ଗଲେ ସୁଷମା ସ୍ୱରାଜଙ୍କ ନେତୃତ୍ୱାଧୀନ ବୈଦେଶିକ ମନ୍ତ୍ରଳାୟର କୂଟନୈତିକ ବିଜୟ।

‘ଆଇସିଜେ’ରେ ଭାରତୀୟ ଜଜ୍‌ ଦଲବୀର ଭଣ୍ଡାରିଙ୍କୁ ଜିଣାଇବା ପାଇଁ ଗତ କିଛି ଦିନ ହେବ ଭାରତୀୟ ବୈଦେଶିକ ମନ୍ତ୍ରୀ ୬୦ଟି ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ଫୋନ୍‌ କରିଥିଲେ। ସୋମବାର ଦିନ ହେବାକୁ ଥିବା ପରବର୍ତ୍ତୀ ରାଉଣ୍ଡ୍‌ ଭୋଟ୍‌ରେ ଭାରତୀୟ ପ୍ରାର୍ଥଙ୍କ ସପକ୍ଷରେ ଭୋଟ୍‌ ଦେବା ପାଇଁ ବୈଦେଶିକ ସଚିବ ଏସ୍‌ ଜୟଶଙ୍କର ବିଭିନ୍ନ ଦେଶ ସହ ଖୁବ୍‌ ଯୋଗସୂତ୍ର ରକ୍ଷା କରିଥିଲେ।

ତେଣୁ ମଙ୍ଗଳବାର ଦିନ ସେ ବୈଦେଶିକ ମନ୍ତ୍ରଳାୟର ସମସ୍ତ ଯୁଗ୍ମ ସଚିବ ଏବଂ ବଡ଼ ଅଧିକାରୀମାନଙ୍କୁ ଫୋନ୍‌ରେ ଧନ୍ୟବାଦ ଜଣାଇଥିଲେ। ଭାରତ ସପକ୍ଷରେ ଭୋଟ୍‌ ଦେବା ନିମନ୍ତେ ବୈଦେଶିକ ମନ୍ତ୍ରଳାୟର ସମସ୍ତ ଅଧିକାରୀ ବିଶ୍ୱର ବିଭିନ୍ନ ଦେଶକୁ ବୁଝାଇ ଥିଲେ। ଭାରତୀୟ ପ୍ରାର୍ଥୀଙ୍କ ପାଇଁ ସମର୍ଥନ ଯୋଗାଡ଼ ନିମନ୍ତେ ନିରାପତ୍ତା ମନ୍ତ୍ରାଳୟର ଏମ୍‌ ଜେ ଅକବର ମଧ୍ୟ ସକ୍ରିୟ ଭୂମିକା ଗ୍ରହଣ କରିଥିଲେ।

ସମ୍ବନ୍ଧିତ ଖବର