ଗ୍ରେଟର ନୋଏଡା: ଆଲିଙ୍ଗନବଦ୍ଧ ଯୁବତୀଙ୍କ ସହ ଗାଡ଼ି ଚଳାଇବା ପଡ଼ିଲା ମହଙ୍ଗା। କଟିଲା ୫୨ହଜାର ଟଙ୍କାର ଚାଲଣ। ଦିଲ୍ଲୀ-ଏନସିଆରର ସବୁଠାରୁ ବ୍ୟସ୍ତବହୁଳ ଏକ୍ସପ୍ରେସୱେ ମଧ୍ୟରୁ ଗୋଟିଏ ନୋଏଡା-ଗ୍ରେଟର ନୋଏଡା ଏକ୍ସପ୍ରେସୱେରେ ଘଟିଛି ଏଭଳି ଘଟଣା। ଏହାର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି। ଭିଡିଓରେ, ଯୁବକ-ଯୁବତୀ ଏକ ବାଇକ୍ ଉପରେ ପରସ୍ପରକୁ ଆଲିଙ୍ଗନ କରି ବସିଥିବା ଦେଖାଯାଇଛି। ଭିଡିଓ ଭାଇରାଲ ହେବା ପରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ଟ୍ରାଫିକ୍ ପୁଲିସ ।

Advertisment

ଭାଇରାଲ ଭିଡିଓରେ ଦେଖାଯାଇଛି ଯେ, ଜଣେ ଯୁବକ ଦ୍ରୁତ ଗତିରେ ବାଇକ୍ ଚଳାଉଛନ୍ତି। ଜଣେ ଯୁବତୀ ତାଙ୍କୁ ଆଲିଙ୍ଗନ କରିବା ସହ ମୁହଁ ତଳକୁ କରି ବସିଛନ୍ତି। ସବୁଠାରୁ ବଡ଼ ନିୟମ ଉଲ୍ଲଂଘନ ହେଲା ଦୁହେଁ ହେଲମେଟ୍ ପିନ୍ଧିନାହାନ୍ତି। ଯୁବତୀ ହାତରେ ହେଲମେଟ ଧରିଥିଲେ ବି ଏହାକୁ ପିନ୍ଧିନଥିବା ଦେଖାଯାଇଛି।

ଭିଡିଓଟି ଭାଇରାଲ ହେବା ପରେ, ସୋସିଆଲ ମିଡିଆରେ ବ୍ୟବହାରକାରୀମାନେ ଏହାକୁ ନେଇ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ଏବଂ ଟ୍ରାଫିକ୍ ପୁଲିସକୁ ତୁରନ୍ତ କଡ଼ା କାର୍ଯ୍ୟାନୁଷ୍ଠାନ ନେବାକୁ ଦାବି କରିଛନ୍ତି। ଅନ୍ୟ ପକ୍ଷରେ, ଭାଇରାଲ୍ ଭିଡିଓକୁ ନଜରରେ ରଖି, ନୋଏଡା ଟ୍ରାଫିକ୍ ପୁଲିସ ମୋଟର ଯାନ ଆଇନ ଅନୁଯାୟୀ ବାଇକ ମାଲିକଙ୍କ ଉପରେ ୫୩ହଜାର ଟଙ୍କାର ଚାଲାଣ କାଟିଛନ୍ତି। ଏହା ସହ ଯୁବକଙ୍କୁ ଚିହ୍ନଟ କରିବାର ଉଦ୍ୟମ ଚଳାଇଛନ୍ତି।