ନୂଆଦିଲ୍ଲୀ: ଦିଲ୍ଲୀର ଭଜନପୁରା ଅଞ୍ଚଳରେ ଆଜି ଏକ ନିର୍ମାଣାଧୀନ କୋଠାର ଛାତ ଭୁଶୁଡ଼ି ପଡ଼ିବା ଫଳରେ ୪ ଜଣ ଛାତ୍ରଙ୍କ ସମେତ ୫ ଜଣଙ୍କ ମୃତ୍ୟୁ ହୋଇଛି । ଏହି ନିର୍ମାଣାଧୀନ କୋଠା ଘରେ ଏକ କୋଚିଂ ସେଣ୍ଟର ଚାଲିଥିଲା। ଆଜି ଅପରାହ୍ନ ୪ଟାରେ କୋଚିଂ ସେଣ୍ଟର ଖୋଲାଯାଇଥିବା ବେଳେ ପ୍ରାୟ ୨୦ ଜଣ ଛାତ୍ର ସେ ଠାରେ ଉପସ୍ଥିତ ଥିଲେ। ଏହି ସମୟରେ ଛାତ ଅଚାନକ ଭୁଶୁଡ଼ି ପଡ଼ିଥିଲା। ପୁଲିସ ଏବଂ ଅଗ୍ନିଶମ ବାହିନୀର ଉଦ୍ଧାରକାରୀ ଦଳ ଘଟଣାସ୍ଥଳରେ ପହଞ୍ଚି ୧୩ ଜଣ ଛାତ୍ରଙ୍କୁ ଉଦ୍ଧାର କରିଥିଲେ ଏବଂ ସେମାନଙ୍କୁ ତୁରନ୍ତ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। କିଛି ଛାତ୍ରଙ୍କ ଅବସ୍ଥା ଅତ୍ୟନ୍ତ ସଙ୍କଟାପନ୍ନ ଥିବାରୁ ଆଗକୁ ମୃତ୍ୟୁସଂଖ୍ୟା ବଢ଼ିବ ବୋଲି ଆଶଙ୍କା କରାଯାଉଛି। ୩ ଜଣ ଛାତ୍ରଙ୍କ ପତ୍ତା ମିଳୁନଥିବାରୁ ସେମାନେ ଏବେ ବି ଧ୍ବଂସାବଶେଷ ତଳେ ଥିବା ଆଶଙ୍କା କରାଯାଉଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତି ତଦାରଖ କରିଛନ୍ତି। ଛାତ ଭୁଶୁଡ଼ିବା ଘଟଣା ନେଇ ସ୍ଥାନୀୟ ଅଂଚଳରେ ଆତଙ୍କ ଖେଳି ଯାଇଛି।
ଦିଲ୍ଲୀରେ କୋଚିଂ ସେଣ୍ଟର ଛାତ ଭୁଶୁଡ଼ିଲା, ୪ ଛାତ୍ରଙ୍କ ସମେତ ୫ ମୃତ
/sambad/media/post_attachments/wp-content/uploads/2020/01/download-38.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)