କୋରାପୁଟ: କୋରାପୁଟ ସାଂସଦଙ୍କୁ ଦିଲ୍ଲୀରେ ମିଳିଥିବା ସରକାରୀ କ୍ୱାଟର୍ସରେ ଘଟିଥିବା ଅଭାବନୀୟ ଘଟଣା ଏବେ ଚର୍ଚ୍ଚା କେନ୍ଦ୍ରବିନ୍ଦୁ ପାଲଟିିଛି। ଦିଲ୍ଲୀରେ କଂଗ୍ରେସ ସାଂସଦ ସପ୍ତଗିରି ଉଲ୍ଲାକାଙ୍କୁ ମିଳିଥିବା କ୍ୱାଟର୍ସର ଛାତ ଭୁଶୁଡ଼ି ପଡ଼ିବା ପରେ ଏହାକୁ ନେଇ ସୋସିଆଲ୍ ମିଡିଆରେ ଚର୍ଚ୍ଚା ଲାଗିରହିଛି।
ସେ ସମୟର ଏକ ଭିଡିଓକୁ ସାଂସଦ ତାଙ୍କ ଟ୍ବିଟର୍ରେ ପୋଷ୍ଟ୍ କରି ନିଜର ସମସ୍ୟା କହିଛନ୍ତି। ଦିଲ୍ଲୀ ସାଉଥ୍ ଆଭେନ୍ୟରେ ଥିବା ତାଙ୍କ ଘରର ଛାତ ଗଳିପଡ଼ିବାରୁ ଚିନ୍ତାରେ ସାଂସଦ।
Tragedy averted. Roof of my South Avenue bedroom collapsed just like that. We have small children, anything could’ve happened. Despite repeated requests to Hon’ble @loksabhaspeaker for suitable accommodation, no action yet. Urge PM @narendramodi to ensure safety in MPs’ quarters pic.twitter.com/l0E3MWcgue
— Saptagiri Ulaka (@saptagiriulaka) October 11, 2025
ସେ ଏକ ଏକ୍ସ ପୋଷ୍ଟ୍ରେ ଭିଡିଓ ସହ ଲେଖିଛନ୍ତି, ‘‘ଦୁର୍ଘଟଣା ଟଳିଗଲା। ମୋର ସାଉଥ୍ ଆଭେନ୍ୟୁ ଶୟନ କକ୍ଷର ଛାତଟି ଭୁଶୁଡ଼ି ପଡ଼ିଛି। ଆମର ଛୋଟ ପିଲା ଅଛନ୍ତି, କିଛି ବି ହୋଇପାରେ। ମାନ୍ୟବର ବାଚସ୍ପତିଙ୍କୁ ଏକ ଉପଯୁକ୍ତ ବାସସ୍ଥାନ ପାଇଁ ବାରମ୍ବାର ଅନୁରୋଧ କରିବା ସତ୍ତ୍ୱେ, ଏପର୍ଯ୍ୟନ୍ତ କୌଣସି ପଦକ୍ଷେପ ନିଆଯାଇ ନାହିଁ । ପ୍ରଧାନମନ୍ତ୍ରୀଙ୍କୁ ସାଂସଦଙ୍କ କ୍ୱାର୍ଟରରେ ସୁରକ୍ଷା ସୁନିଶ୍ଚିତ କରିବାକୁ ମୋର ଅନୁରୋଧ।’’