ଜମି ମାଫିଆ ତାଲିକାରେ ସମାଜବାଦୀ ପାର୍ଟିି ସାଂସଦ ଆଜମ ଖାଁଙ୍କ ନାମକୁ ନେଇ ବିବାଦ

ଲକ୍ଷ୍ନୌ : ସମାଜବାଦୀ ପାର୍ଟି ନେତା ତଥା ସାଂସଦ ଆଜମ ଖାଁଙ୍କ ନାମ ଭୂ-ମାଫିଆ ତାଲିକାରେ ସାମିଲ କରିଦେଇଛନ୍ତି ଉତ୍ତରପ୍ରଦେଶର ଯୋଗୀ ସରକାର । ଏହାକୁ ନେଇ ରାଜ୍ୟରେ ବଡ଼ଧରଣର ବିବାଦ ଦେଖାଦେଇଛି । ଆଜମଙ୍କ ବିରୋଧରେ ଜମି ହଡ଼ପ ଅଭିିଯୋଗରେ ମାମଲା ରୁଜ୍ଜୁ ହେବା ପରେ ତାଙ୍କ ନାଁ ଭୂମାଫିଆ ପୋର୍ଟାଲରେ ସାମିଲ କରାଯାଇଛି ବୋଲି ଆଜମଗଡ଼ ଜିଲ୍ଲା ପ୍ରଶାସନ କହିଛି । ଆଜମ ଖାଁଙ୍କ ଦ୍ୱାରା ପ୍ରତିଷ୍ଠିତ ମହମ୍ମଦ ଅଲ୍ଲୀ ଜୌହର ବିଶ୍ୱବିଦ୍ୟାଳୟ ପାଇଁ କୃଷକମାନଙ୍କଠାରୁ ଜବରଦସ୍ତି ଜମି ଅଧିଗ୍ରହଣ କରାଯାଇଥିବା ଅଭିଯୋଗ ଆସିବା ପରେ ତାଙ୍କ ନାଁରେ ପ୍ରଶାସନ ମାମଲା ରୁଜ୍ଜୁ କରିଥିଲା ।

photo-indian express

ରାଜନୈତିକ ଉଦ୍ଦେଶ୍ୟ ରଖି ଆଜମଙ୍କୁ ଟାର୍ଗେଟ କରାଯାଉଛି ବୋଲି ସମାଜବାଦୀ ପାର୍ଟି କହିଛି । ଦଳ ପକ୍ଷରୁ ଏହି ପ୍ରସଙ୍ଗକୁ ଉତ୍ତରପ୍ରଦେଶ ବିଧାନସଭାରେ ଉଠାଯାଇଛି । ମିଛ କେସରେ ତାଙ୍କୁ ଫସାଯାଇଛି ବୋଲି ଦେଳ କହିଛି । ତେବେ ସମାଜବାଦୀ ପାର୍ଟିର ଏହି ଅଭିଯୋଗକୁ ବିଜେପି ଖାରଜ କରି କହିଛି ଯେ ସରକାର ସମସ୍ତଙ୍କୁ ସମାନ ଦୃଷ୍ଟିରେ ଦେଖୁଛନ୍ତି ।

ସମ୍ବନ୍ଧିତ ଖବର