ମୁଖ୍ୟମନ୍ତ୍ରୀ ପଦ ନେଇ ଆରଜେଡି-ଜେଡିୟୁ ମଧ୍ୟରେ ବିବାଦର ସଂକେତ ?

ପାଟନା: ବିହାର ମୁଖ୍ୟମନ୍ତ୍ରୀ ନୀତିଶ କୁମାର କେନ୍ଦ୍ରକୁ ଯିବେ ଏବଂ ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ନେତା ତେଜସ୍ୱୀ ଯାଦବ ୨୦୨୩ ମସିହାରେ ମୁଖ୍ୟମନ୍ତ୍ରୀ ହେବେ, ବୋଲି କହିଛନ୍ତି ରାଷ୍ଟ୍ରୀୟ ଜନତା ଦଳର ବିହାର ସଭାପତି ଜଗଦାନନ୍ଦ ସିଂ । ସିଂଙ୍କ ଏହି ବୟାନକୁ ନେଇ ବିବାଦ ଆରମ୍ଭ ହୋଇଯାଇଛି ।

ଜେଡିୟୁ ନେତା ଉପେନ୍ଦ୍ର କୁସଓ୍ବାହା କହିଛନ୍ତି ଯେ ଜଗଦାନନ୍ଦ ଆଗାମୀ ବିପଦ ଆଶଙ୍କାରେ ଆଗୁଆ ବିବାହ ସାରିଦେବାକୁ ଚାହୁଁଛି । ସେହିପରି ବିଜେପି କହିଛି, ବିହାରରେ ଆରଜେଡି-ଜେଡିୟୁ ସରକାର ୨୦୨୩ ପର୍ଯ୍ୟନ୍ତ ଚାଲିବନି ।

ସୂଚନାଯୋଗ୍ୟ ଯେ, ଆରଜେଡି ନେତା ସିଂ କହିଥିଲେ ଯେ ଦେଶ ନୀତିଶ କୁମାରଙ୍କୁ ଅପେକ୍ଷା କରିଥିବାବେଳେ ବିହାର ତେଜସ୍ୱୀଙ୍କୁ ସିଏମ ହେବାକୁ ଅପେକ୍ଷା କରିଛି ।

“ନୀତୀଶ କୁମାର ଯାହା ବି କୁହନ୍ତୁ,  ମୁଁ ବିଶ୍ୱାସ କରେ ଯେ ସେ ୨୦୨୨ ପରେ କେନ୍ଦ୍ରକୁ ଯିବେ ଓ  ୨୦୨୩ ରେ ବିହାରର ଭବିଷ୍ୟତକୁ ତେଜସ୍ୱୀ ଯାଦବଙ୍କୁ ସମର୍ପି ଦେବେ ।

ସିଂ କହିଥିଲେ, “ରାଜ୍ୟରେ ମୁଖ୍ୟମନ୍ତ୍ରୀ ପଦ ସର୍ବୋଚ୍ଚ ଏବଂ ତେଜସ୍ୱୀ ଏହାକୁ ଆହୁରି ଆଗକୁ ନେବେ । ଦେଶ ନୀତୀଶ କୁମାରଙ୍କୁ ଅପେକ୍ଷା କରିଛି ଏବଂ ବିହାରର ଲୋକମାନେ ତେଜସ୍ୱୀ ଯାଦବଙ୍କୁ ଅପେକ୍ଷା କରିଛନ୍ତି ।”

ଜଗଦାନନ୍ଦ ସିଂଙ୍କ ବୟାନ ନୀତୀଶ କୁମାର ଦିଲ୍ଲୀ ଗସ୍ତ ପରେ ଆସିଛି । ୨୦୨୪ ନିର୍ବାଚନ ପୂର୍ବରୁ କେନ୍ଦ୍ରର ମୋଦୀ ସରକାରଙ୍କ ବିରୋଧରେ ଏକ ମେଣ୍ଟ ଗଠନ କାମରେ ନିତିଶ ବିଭିନ୍ନ ବିରୋଧୀ ଦଳ ନେତାମାନଙ୍କୁ ଭେଟିଥିଲେ ।

 

ସମ୍ବନ୍ଧିତ ଖବର