ଲଣ୍ଡନ: ବ୍ରିଟିଶ ପ୍ରଧାନମନ୍ତ୍ରୀ କିର ଷ୍ଟାରମରଙ୍କ ଦୀପାବଳି ପାର୍ଟିରେ ମାଂସ ଓ ମଦ ପରିବେଷଣ କରାଯାଇଥିବା ଅଭିଯୋଗ ହୋଇଛି। ଏହି କାରଣରୁ ହିନ୍ଦୁ ସମ୍ପ୍ରଦାୟ ଗଭୀର ଆପତ୍ତି ପ୍ରକାଶ କରିଛନ୍ତି। ଲଣ୍ଡନର ୧୦ ଡାଉନିଂ ଷ୍ଟ୍ରିଟରେ ପ୍ରଧାନମନ୍ତ୍ରୀ ଷ୍ଟୋର୍ମରଙ୍କ ଦ୍ୱାରା ଆୟୋଜିତ ଦୀପାବଳି ରାତ୍ରୀ ଭୋଜନରେ ଅତିଥିମାନଙ୍କୁ ଆମିଷ ଖାଦ୍ୟ ଓ ମଦ ପରିବେଷଣ କୁ ନେଇ ହିନ୍ଦୁମାନେ ଆପତ୍ତି ଉଠାଇଛନ୍ତି।
ହିନ୍ଦୁ ପର୍ବର ଆଧ୍ୟାତ୍ମିକ ଦିଗ ବିଷୟରେ ସଚେତନତାର ଅଭାବକୁ ନେଇ କମ୍ୟୁନିଟି ଅର୍ଗାନାଇଜେସନ୍ ଇନସାଇଟ୍ ୟୁକେ ପ୍ରଶ୍ନ ଉଠାଇଥିବା ବେଳେ ଅନ୍ୟମାନେ କହିଛନ୍ତି ଯେ ଏଭଳି ଧାର୍ମିକ କାର୍ଯ୍ୟକ୍ରମ ପୂର୍ବରୁ ବ୍ୟାପକ ଆଲୋଚନାର ଆବଶ୍ୟକତା ରହିଛି। ଏକ୍ସରେ ଏକ ପୋଷ୍ଟରେ ଇନସାଇଟ୍ ୟୁକେ କହିଛି, ଦୀପାବଳି କେବଳ ଏକ ପର୍ବ ନୁହେଁ, ଏହାର ଗଭୀର ଧାର୍ମିକ ମହତ୍ତ୍ୱ ରହିଛି। ପବିତ୍ର ପର୍ବ ଦୀପାବଳି ପବିତ୍ରତା ଏବଂ ଭକ୍ତି ଉପରେ ଗୁରୁତ୍ୱ ଦେଇଥାଏ । ତେଣୁ ଦୀପାବଳିରେ ପାରମ୍ପରିକ ଭାବେ ନିରାମିଷ ଖାଦ୍ୟ ଦିଆଯାଏ ଏବଂ ମଦ ୍ୟପାନକୁ କଡ଼ାକଡ଼ି ଭାବେ ଦୂରେଇ ରଖାଯାଏ। ଦୀପାବଳି ରାତ୍ରୀ ଭୋଜନ ପାଇଁ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଚୟନ କରାଯାଇଥିବା ଖାଦ୍ୟ ଦୀପାବଳି ପର୍ବ ସହିତ ଜଡିତ ଧାର୍ମିକ ପରମ୍ପରା ପ୍ରତି ଭୟଙ୍କର ବୁଝାମଣା କିମ୍ବା ସମ୍ମାନର ଅଭାବକୁ ପ୍ରତିଫଳିତ କରେ ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2024-08-23t123957970z-tpnc.jpg)
/sambad/media/media_files/2024/11/10/b9G70nqOtXm8iW1ou9nG.jpg)