କୋଚି : କେରଳର ପ୍ରସିଦ୍ଧ ତୀର୍ଥକ୍ଷେତ୍ର ସାବରିମାଲା ଆଉ ଏକ ବିବାଦକୁ ନେଇ ଚର୍ଚ୍ଚାକୁ ଆସିଛି  । ଏଥର ଅଶୁଦ୍ଧ ଗୁଡ଼କୁ ନେଇ । ମାମଲା ଏବେ କେରଳ ହାଇକୋର୍ଟରେ ପହଞ୍ଚିଛି ।

Advertisment

ସାବରିମାଲା ମନ୍ଦିରର ପ୍ରସାଦ ଓ ପାୟସ ପ୍ରସ୍ତୁତିରେ ଲାଗୁ ଥିବା ଗୁଡ଼ ଏକ ମୁସଲିମ କମ୍ପାନିଠାରୁ କିଣାଯାଉଥିବା ଅଭିଯୋଗ ହୋଇଛି । ଏହାକୁ ନେଇ ସାବରିମାଲା କର୍ମ ସମିତିର ଆବାହକ ଏସଜେଆର କୁମାର କେରଳ ହାଇକୋର୍ଟଙ୍କ ଦ୍ବାରସ୍ଥ ହୋଇଛନ୍ତି । ସେ ଅଭିଯୋଗ କରିଛନ୍ତି ଯେ ମନ୍ଦିରର ଆରଭନ୍ନ ପାୟସମ ଓ ଅପ୍ପମ (ଏକ ପ୍ରକାରର ପ୍ରସାଦ) ପ୍ରସ୍ତୁତିରେ ଲାଗୁଥିବା ଗୁଡ଼ ଓ ମୁସଲିମ କମ୍ପାନିଠାରୁ କିଣାଯାଉଛି ଓ ସେଥିରେ ହଲାଲ ପ୍ରମାଣପତ୍ର ରହିଛି ।

ତେବେ ଏହି ଅଭିଯୋଗକୁ ଖଣ୍ଡନ କରି ମନ୍ଦିର ପରିଚାଳନା କରୁଥିବା ଟ୍ରାଭାଙ୍କୋର ଦେବସ୍ବମ ବୋର୍ଡ । ବୋର୍ଡ ପକ୍ଷରୁ କୁହାଯାଇଛି ଯେ ମନ୍ଦିର ପାଇଁ କିଣାଯାଉଥିବା ଗୁଡ଼ର କ୍ବାଲିଟି ପରୀକ୍ଷଣ ପମ୍ପାଠାରେ ଥିବା ଲାବରେଟୋରୀରେ କରାଯାଇଥାଏ । ଏଣୁ ଏହା ଅଶୁଦ୍ଧ ହେବା ଖବର ଭିତ୍ତିହୀନ । ତେବେ ବୋର୍ଡ ସ୍ବୀକାର କରିଛି ଯେ ୨୦୨୦ରେ କିଣାଯାଇଥିବା କିଛି ଗୁଡ଼ ହଲାଲ ପ୍ରମାଣପତ୍ର ସହ ଆସିଥିଲା । କିନ୍ତୁ ଗୁଡ଼ ଯୋଗାଉଥିବା କମ୍ପାନି ରପ୍ତାନି ପାଇଁ ଗୁଡ଼ର ହଲାଲ ପ୍ରମାଣପତ୍ର ଲଗାଇଥାଏ । ଏ ସମ୍ପର୍କରେ ତଦନ୍ତ ହେବାରୁ ଜଣାପଡ଼ିଲା ଯେ ଉକ୍ତ କମ୍ପାନି ରପ୍ତାନି ପାଇଁ ଥିବା କିଛି ଗୁଡ଼କୁ ମନ୍ଦିରକୁ ପଠାଇଦେଇଛି । ତେବେ ଏହାର ଗୁଣପତ୍ତା ଠିକ ଥିଲା ।