ସରିନାହିଁ କର୍ଣ୍ଣାଟକ ନାଟକ, ଏବେ ଗୁରୁତ୍ୱପୂର୍ଣ୍ଣ ବିଭାଗ ପାଇଁ ଟଣାଓଟରା

ବାଙ୍ଗାଲୋର : କର୍ଣ୍ଣାଟକରେ ନିର୍ବାଚନୀ ନାଟକର ଯବନିକା ପଡିବା ପରେ ମଧ୍ୟ ଏପର୍ଯ୍ୟନ୍ତ ବିବାଦ ସରିନାହିଁ । ପ୍ରଥମେ ସରକାର ଗଠନକୁ ନେଇ ଚାଲିଥିବା ନାଟକର ଅବସାନ ପରେ ଏବେ ଆଉ ଏକ ନୂଆ ବିବାଦ ଆରମ୍ଭ ହୋଇଯାଇଛି । ତାହା ହେଉଛି କେଉଁ ମନ୍ତ୍ରୀ କେଉଁ ବିଭାଗ ପାଇବେ । ଏହାକୁ ନେଇ ଦୁଇ ସହଯୋଗୀ ଦଳ କଂଗ୍ରେସ ଓ ଜେଡିଏସ ମଧ୍ୟରେ ବିବାଦ ଚାଲିଛି । ଏବେ କଂଗ୍ରେସର ୨୨ ଜଣ ଓ ଜେଡିଏସର ମୁଖ୍ୟମନ୍ତ୍ରୀ ସମେତ ୧୨ ଜଣ ମନ୍ତ୍ରୀ ରହିଛନ୍ତି । ଏପର୍ଯ୍ୟନ୍ତ ବିଭାଗ ବଣ୍ଟନ ହୋଇନାହିଁ । ବୋଧହୁଏ ଆସନ୍ତା କାଲି ବିଭାଗ ବଣ୍ଟନ ହୋଇପାରେ । କିନ୍ତୁ କିଏ କେଉଁ ବିଭାଗ ନେବା ତାହାକୁ ନେଇ ମତଭେଦ ରହିଛି । କଂଗ୍ରେସ ଅର୍ଥ, ଗୃହ, ନିର୍ମାଣ ଅବକାରୀ ଆଦି ଗୁରୁତ୍ୱପୂର୍ଣ୍ଣ ବିଭାଗ ଚାହୁଁଥିବାବେଳେ ଜେଡିଏସ ମଧ୍ୟ ଏଗୁଡ଼ିକୁ ନିଜ ପାଖରେ ରଖିବାକୁ ଚାହୁଁଛି । ଆହୁରି ମଧ୍ୟ କଂଗ୍ରେସ ନିଜର ମନ୍ତ୍ରୀ ସଂଖ୍ୟା ବଢାଇବାକୁ ଚାହୁଁଛି । ଦଳର ଟାଣୁଆ ନେତା ବିକେ ଶିବକୁମାର ଏପର୍ଯ୍ୟନ୍ତ ଅସନ୍ତୁଷ୍ଟ ରହିଛନ୍ତି । କିନ୍ତୁ ଏ ସଂପର୍କରେ ମୁଖ୍ୟମନ୍ତ୍ରୀ କୁମାରସ୍ୱାମୀ ମଧ୍ୟ ସ୍ୱୀକାର କରିଛନ୍ତି ଯେ ମତଭେଦ ରହିଛି । ସେ କହିଛନ୍ତି ଯେ ଏହି ପ୍ରସଙ୍ଗକୁ ନେଇ ମତଭେଦ ରହିଛି, କିନ୍ତୁ ଏହା ଏତେ ଗୁରୁତର ନୁହେଁ ଯେ ସରକାର ଭାଙ୍ଗିଯିବ ।

ସମ୍ବନ୍ଧିତ ଖବର