୫ ବର୍ଷରେ ୬୫ ହଜାର ନିଖୋଜଙ୍କୁ ଉଦ୍ଧାର କରିଛି ଆର୍‌ପିଏଫ୍‌

ନୂଆଦିଲ୍ଲୀ : ୨୦୧୭ ରୁ ୨୦୨୧ ମଧ୍ୟରେ ୬୫ ହଜାରରୁ ଅଧିକ ନାବାଳକ, ନାବାଳିକା, ମହିଳା ଓ ପୁରୁଷଙ୍କୁ ଆରପିଏଫ୍ ଉଦ୍ଧାର କରିବା ବ୍ୟତୀତ ୨୧୭୮ ଜଣଙ୍କୁ ମାନବ ଚାଲାଣକାରୀଙ୍କ କବଳରୁ ଉଦ୍ଧାର କରିଛି।

ଷ୍ଟେସନ ଏବଂ ଟ୍ରେନରେ ଆରପିଏଫ୍ ଏହାର ରଣନୀତିକ ସ୍ଥିତିକୁ ବୃଦ୍ଧି କରିବା ପାଇଁ ଏହାର ପ୍ୟାନ୍ ଇଣ୍ଡିଆ ପହଞ୍ଚ ଏବଂ ପୋଲିସ୍ ତଥା ଅନ୍ୟାନ୍ୟ ସୁରକ୍ଷା ଓ ନିରାପତ୍ତା ସଂସ୍ଥାର ଆଣ୍ଟି ହ୍ୟୁମାନ୍ ଟ୍ରାଫିକ୍ ୟୁନିଟ୍ (ଏଏଚ୍‌ଟିୟୁ) ର ପ୍ରୟାସକୁ ଖୋରାକ ଯୋଗାଇବା ପାଇଁ ନିକଟରେ ଆରପିଏଫ୍ ମାନବ ଚାଲାଣ ବିରୋଧରେ ଏକ ଅପରେସନ୍ ଆହାଟ (ଏଏଏଚ୍‌ଟି) କାର୍ଯ୍ୟକ୍ରମ ଆରମ୍ଭ କରିଛି। ଏହି ପଦକ୍ଷେପର ଏକ ଅଂଶ ଭାବରେ ଆରପିଏଫ୍ ନିକଟରେ ସାରା ଦେଶରେ ୭୫୦ ମାନବ ଚାଲାଣ ବିରୋଧୀ ୟୁନିଟ୍ ଗଠନ କରିଛି ଯାହା ପୋଲିସ୍, ଥାନା, ଜିଲ୍ଲା ତଥା ରାଜ୍ୟ ସ୍ତରରେ କାର୍ଯ୍ୟ କରୁଥିବା ମାନବ ଚାଲାଣ ବିରୋଧୀ ୟୁନିଟ୍, ଇଣ୍ଟେଲିଜେନ୍‌ସ ୟୁନିଟ୍, ଏନ୍‌ଜିଓ ଏବଂ ଅନ୍ୟାନ୍ୟ ହିତାଧିକାରୀଙ୍କ ସହ ସମନ୍ୱୟ ରକ୍ଷା କରିବ।

ରେଳ ମାଧ୍ୟମରେ ମାନବ ଚାଲାଣ ଉପରେ ପ୍ରଭାବଶାଳୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ। ସମ୍ପ୍ରତି ଆରପିଏଫ୍ ଏନ୍‌ଜିଓ ଆସୋସିଏସନ୍ ଅଫ୍ ଭଲୁଣ୍ଟାରି ଆକ୍ସନ୍, ଆଭା (ଏଭିଏ) ସହିତ ଏକ ଚୁକ୍ତିନାମା ସ୍ୱାକ୍ଷର କରିଛି। ଯାହାକି ବଚପନ୍ ବଚାଓ ଆନ୍ଦୋଳନ ଭାବରେ ମଧ୍ୟ ଜଣାଶୁଣା। ପୂର୍ବ ତଟ ରେଳପଥ ପରିସୀମା ମଧ୍ୟରୁ ଆରପିଏଫ୍ ୧୪୦ ନାବାଳକ ଏବଂ ୨୯ ନାବାଳିକାଙ୍କ ସମେତ ୧୬୯ ନାବାଳକଓ ନାବାଳିକାଙ୍କୁ ଉଦ୍ଧାର କରିଛି । ଉପରୋକ୍ତ ନାବାଳକ ଓ ନାବାଳିକାମାନେ ସେମାନଙ୍କ ଘରୁ ପଳାଇ ଆସିଥିଲେ କିମ୍ବା ନିଖୋଜ ଥିଲେ। ପୂର୍ବ ତଟ ରେଳପଥ ଆରପିଏଫ୍ ଦ୍ୱାରା ୫୧ ନାବାଳକ ଓ ୧୪ ନାବାଳିକା ସମେତ ୬୫ ନାବାଳକ ଓ ନାବାଳିକା ସେମାନଙ୍କ ଘରୁ ପଳାଇ ଆସିଥିଲେ। ୮୯ ନାବାଳକ ଓ ୧୫ ନାବାଳିକା ସମେତ ୧୦୪ ନାବାଳକ ଓ ନାବାଳିକା ନିଖୋଜ ଥିଲେ। ଏହା ବ୍ୟତୀତ ଜୁଲାଇ ୨୦୨୨ରେ ଦୁଇ ନାବାଳକଙ୍କୁ ମାନବ ଚାଲାଣକାରୀଙ୍କ କବଳରୁ ରେଳବାଇ ସୁରକ୍ଷା ବଳ ଦ୍ୱାରା ଉଦ୍ଧାର କରିଛି। ଏହି ଘଟଣାରେ ଜଣଙ୍କୁ ମଧ୍ୟ ଗିରଫ କରାଯାଇଛି।

ସମ୍ବନ୍ଧିତ ଖବର