ନୂଆଦିଲ୍ଲୀ: ଦକ୍ଷିଣ କଶ୍ମୀରର ପୁଲୱାମା ଜିଲ୍ଲାର କୋକପରା ଅଞ୍ଚଳରେ ସୋମବାର ସନ୍ଧ୍ୟାରେ ଆତଙ୍କବାଦୀ ଆକ୍ରମଣ ହୋଇଛି। ଏହି ଘଟଣାରେ ରେଳ ସୁରକ୍ଷା ବାହିନୀର ଜନୈକ ମୁଖ୍ୟ କନଷ୍ଟେବଳଙ୍କ ମୃତ୍ୟୁ ହୋଇଥିବାବେଳେ ଜଣେ ଏଏସଆଇ ଆହତ ହୋଇଛନ୍ତି।
ଆକ୍ରମଣ ପରେ ଜାମ୍ମୁ ଓ କଶ୍ମୀର ପୁଲିସ ପକ୍ଷରୁ ଉକ୍ତ ଅଞ୍ଚଳକୁ ଘେରାବନ୍ଦି କରାଯାଇ ତନଖି କରାଯାଉଛି। ପୁଲିସ ପକ୍ଷରୁ ପାଲଟା ଆକ୍ରମଣ ଜାରି ରହିଛି। ଆହତ ଏଏସଆଇଙ୍କୁ ସ୍ଥାନୀୟ ହସପିଟାଲରେ ଭର୍ତ୍ତି କରାଯାଇଥିବା ପୁଲିସ ପକ୍ଷରୁ ସୂଚନା ଦିଆଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/04/3-17.jpg)