ନୂଆଦିଲ୍ଲୀ: ରେଳବାଇ ନିଜର ଯାତ୍ରୀଙ୍କ ସୁରକ୍ଷା ଓ ସୁବିଧାକୁ ନେଇ ବିଶେଷ ଧ୍ୟାନ ରଖିବା ପାଇଁ ଆରପିଏଫ ଯବାନଙ୍କୁ ନିୟୋଜିତ କରିଥାଏ। ଏହି କ୍ରମରେ ମଧ୍ୟରେଳବାଇର ଆରପିଏଫ ଯବାନ ‘ଅପରେସନ ନହ୍ନେ ଫରିସ୍ତେ’ ଜରିଆରେ ଏଯାବତ ୧୨୩୬ ପିଲାଙ୍କୁ ଉଦ୍ଧାର କରିଛନ୍ତି।
‘ଅପରେସନ ନହ୍ନେ ଫରିସ୍ତେ’ ଜରିଆରେ ମଧ୍ୟ ରେଳବାଇର ଆରପିଏଫ ଯବାନ ଜାନୁଆରି ୨୦୨୨ରୁ ଅକ୍ଟୋବର ୨୦୨୨ ପର୍ଯ୍ୟନ୍ତ ୧୨୩୬ଜଣ ପିଲାଙ୍କୁ ଉଦ୍ଧାର କରିଛନ୍ତି। ଏଥିରେ ୮୨୨ଜଣ ବାଳକ ଓ ୪୧୪ଜଣ ବାଳିକା ରହିଛନ୍ତି। ଏହି ପିଲାମାନେ ଚାଇଲ୍ଡ ଲାଇନ ଭଳି ଏନଜିଓ ସାହାଯ୍ୟରେ ନିଜନିଜ ବାପା-ମା’ଙ୍କ ସହିତ ଯୋଡ଼ି ହୋଇ ପାରିଛନ୍ତି।
/sambad/media/post_attachments/5ea112665ac3b71a46b024dd3c3c6f7bb0dcaff537ae5b2e7e8cdc021c8c1783.jpg)
ଏମିତି ବି ପିଲା ଅଛନ୍ତି ଯେଉଁମାନେ ପରିବାରରେ କାହାକୁ କିଛି ନକହି ଝଗଡ଼ା କରି କିମ୍ବା ଅନ୍ୟ କୌଣସି କାରଣରୁ ଘର ଛାଡ଼ି ରେଳ ଷ୍ଟେସନକୁ ଚାଲି ଆସିଥାଆନ୍ତି। ଏହି ସମୟରେ ରେଳ ଷ୍ଟେସନରେ ଥିବା ଆରପିଏଫ ଯବାନ ଏଭଳି ପିଲାଙ୍କୁ ସନ୍ଦେହ କରି ସେମାନଙ୍କୁ କାବୁ କରି ନେଇଥାଆନ୍ତି।
ଆଉ ସେମାନଙ୍କ ସମସ୍ୟା କ’ଣ ହୋଇଛି ବୋଲି ପଚାରି ବୁଝି ଥାଆନ୍ତି। ସମସ୍ୟା ବୁଝିବା ପରେ ଉକ୍ତ ପିଲାଙ୍କ ବାପା-ମା’ଙ୍କୁ ଫୋନ କରି ଘଟଣା ବିଷୟରେ ଜଣାଇ ସେମାନଙ୍କ ପିଲାଙ୍କୁ ହସ୍ତାନ୍ତର କରି ଦେଇଥାଆନ୍ତି। ବାପା-ମା’ ନିଜ ପିଲାକୁ ଫେରି ପାଇ ଖୁସିରେ ଘରକୁ ଯାଇଥାଆନ୍ତି।
ମଧ୍ୟ ରେଳବାଇର ଆରପିଏଫ ଯବାନଙ୍କ ଏହି କାମ ସବୁ ମହଲରେ ଚର୍ଚ୍ଚାରେ ରହିଥିବା ବେଳେ ପ୍ରଶଂସା ବି କରାଯାଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/11/bbd54f76-e548-4ff7-ac2e-2add0c1fa47c.jpg)