ନୂଆଦିଲ୍ଲୀ : ମୁମ୍ବାଇର କୁର୍ଲା ଷ୍ଟେସନରେ ପାରିବାରିକ କଳହ ପାଇଁ ଜଣେ ଯୁବକ ଆତ୍ମହତ୍ୟା କରିବା ପାଇଁ ପ୍ରୟାସ କରୁଥିବା ଦେଖା ଯାଇଛି । ଷ୍ଟେସନରେ ଅନେକ ଲୋକ ଥିବା ବେଳେ ହଠାତ୍ ଯୁବକ ଜଣଙ୍କ ଆତ୍ମହତ୍ୟା କରିବା ପାଇଁ ରେ ଧାରଣାରେ ଯାଇ ଶୋଇ ପଡ଼ିଥିଲେ । ହଠାତ୍ ଯୁବକଙ୍କ ଏପରି କାମ ଦେଖି ଉପସ୍ଥିତ ଥିବା ଲୋକମାନେ ଆଶ୍ଚର୍ଯ୍ୟ ହୋଇ ଯାଇଥିଲେ । କିନ୍ତୁ ଟ୍ରେନ୍ ଆସିବା ପୂର୍ବରୁ ଯୁବକଙ୍କୁ କିଛି ଯାତ୍ରୀ ଏବଂ ଆର୍ପିଏଫ୍ ଅଧିକାରୀ ବଞ୍ଚାଇ ନେଇଥିଲେ । ଏହି ପୂରା ଘଟଣା ଷ୍ଟେସନରେ ଲାଗିଥିବା ସିସିଟିଭିରେ କଏଦ୍ ହୋଇ ଯାଇଥିଲା, ଯାହା ଏବେ ଭାଇରାଲ ହୋଇଛି । ଏହି ଘଟଣାଟି ସୋମବାର ମଧ୍ୟାହ୍ନ ସମୟର ବୋଲି ଜଣାପଡ଼ିଛି ।
#WATCH: A man was saved by Railway Protection Force (RPF) personnel & other passengers after he attempted to commit suicide at #Mumbai‘s Kurla railway station. (30.07.2018) (Source: CCTV) pic.twitter.com/6Yz5WB2Tsw
— ANI (@ANI) July 30, 2018
ସୂଚନା ମୁତାବକ, ୫୪ବର୍ଷିୟ ନରେନ୍ଦ୍ର ଦାମ୍ଜୀ କୋଟକର ନିଜ ପରିବାର ସହ ଝଗଡ଼ା କରି ଷ୍ଟେସନକୁ ଆତ୍ମହତ୍ୟା କରିବା ପାଇଁ ଆସିଥିଲେ । ସେଠାରେ ପହଞ୍ଚି ଏପଟ ସେପଟ ବୁଲିବା ସହ ହଠାତ୍ ତଳକୁ ଓହ୍ଲାଇ ଧାରଣାରେ ଶୋଇ ପଡ଼ିଥିଲେ । ଏହା ଦେଖି ସେଠାରେ ଉପସ୍ଥିତ ଥିବା ଲୋକ ତୁରନ୍ତ ରେଳ ଧାରଣାକୁ ଯାଇ କୋଟକରଙ୍କୁ ବଞ୍ଚାଇଥିଲେ । ଏହି ଘଟଣା ସମୟରେ କୌଣସି ଟ୍ରେନ୍ ଆସୁ ନଥିବାରୁ ତାଙ୍କ ଜୀବନ ବଞ୍ଚା ଯାଇ ପାରିଥିଲା ।