ମା’ଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡି ରେଳଧାରଣାରେ ଶୋଇପଡିଲେ ବ୍ୟକ୍ତି, ଅଳ୍ପକେ ଉଦ୍ଧାର କଲେ ଆରପିଏଫ ଯବାନ

ମୁମ୍ବାଇ: ମା ଙ୍କ ମୃତ୍ୟୁ ପରେ ଭାଙ୍ଗିପଡିଥିଲେ ଜଣେ ୩୨ ବର୍ଷୀୟ ବ୍ୟକ୍ତି |ମା ଙ୍କ ଅନୁପସ୍ଥିତିକୁ ଏତେ ମାତ୍ରାରେ ଅନୁଭବ କରିଥିଲେ ଯେ, ନିଜ ଜୀବନ ହାରିବାକୁ ନିଷ୍ପତ୍ତି ନେଇଥିଲେ | ଆଉ ନିଜ ନିଷ୍ପତ୍ତି ମୁତାବକ ରେଳଧାରଣାରେ ଆତ୍ମହତ୍ୟା କରିବାକୁ ଉଦ୍ୟତ ହେଉଥିବାବେଳେ ଆରପିଏଫ ଯବାନମାନେ ତାଙ୍କ ଜୀବନ ବଞ୍ଚାଇଦେଇଛନ୍ତି | ତେବେ ଆତ୍ମହତ୍ୟା ଉଦ୍ୟମ ଓ ଆରପିଏଫ ଯବାନଙ୍କ ପ୍ରୟାସ ସିସିଟିଭି କ୍ୟାମେରାରେ ରେକର୍ଡ ହୋଇଯାଇଛି |

ମିଳିଥିବା ସୂଚନା ମୁତାବକ ମୁମ୍ବାଇର ବିରାର ଷ୍ଟେସନରେ ଫେବୃୟାରୀ ୨୪ରେ ଏଭଳି ଏକ ଘଟଣା ଘଟିଛି | ନିଜ ମାଙ୍କ ମୃତ୍ୟୁ ପରେ ଦୁଃଖରେ ଭାଙ୍ଗିପଡିଥିବା ବ୍ୟକ୍ତି ଜଣକ ପ୍ଲାଟଫର୍ମକୁ ଏକ ଟ୍ରେନ ଆସୁଥିବା ଦେଖି ଧାରଣାରେ ଶୋଇପଡ଼ିଥିଲେ | ପ୍ଲାଟଫର୍ମରେ ଉପସ୍ଥିତ ଥିବା ଲୋକମାନେ ଏସବୁ ଘଟଣା ଦେଖି ନିରବ ଦ୍ରଷ୍ଟା ସାଜିଥିବାବେଳେ ଆରପିଏଫ(ରେଳ ସୁରକ୍ଷା ବଳ)ର ଯବାନ ପ୍ରବୀଣ ଓ ତାଙ୍କ ସାଥି ନିଜ ଜୀବନକୁ ଖାତିର ନ କରି ଟ୍ରେନ ସମ୍ମୁଖକୁ ଯାଇ ବ୍ୟକ୍ତିଙ୍କୁ ଉଦ୍ଧାର କରିଥିଲେ |


ଆଉ ଏଥିପାଇଁ କେନ୍ଦ୍ର ରେଳମନ୍ତ୍ରୀ ଆରପିଏଫ ଯବାନଙ୍କୁ ଧନ୍ୟବାଦ ଜଣାଇଛନ୍ତି | ଆରପିଏଫ ଯବାନଙ୍କ ଯୋଗୁଁ ଜଣେ ବ୍ୟକ୍ତିଙ୍କର ଅମୁଲ୍ୟ ଜୀବନ ବଂଚିଯାଇଛି ବୋଲି ପିୟୁଷ ଗୋୟଲ ଟ୍ୱିଟ କରି ଲେଖିଛନ୍ତି |

ସମ୍ବନ୍ଧିତ ଖବର