ଗୁଆହାଟୀ: ଆଇପିଏଲ ୨୦୨୫ ସିଜିନ୍ -୧୮ର ଷଷ୍ଠ ମ୍ୟାଚ୍ ବୁଧବାର ସନ୍ଧ୍ୟା ସାଢ଼େ ୭ଟାରେ ଗୁଆହାଟୀର ବରସାପାରା କ୍ରିକେଟ ଷ୍ଟାଡିୟମରେ ରାଜସ୍ଥାନ ରୟାଲ୍ସ(ଆର୍ଆର୍) ଏବଂ କୋଲକାତା ନାଇଟ୍ ରାଇଡର୍ସ(କେକେଆର୍) ମଧ୍ୟରେ ଖେଳାଯିବ। ଉଭୟ ଦଳ ଏପର୍ଯ୍ୟନ୍ତ ବିଜୟର ଖାତା ଖୋଲିନାହାନ୍ତି। କେକେଆର୍କୁ ପ୍ରଥମ ମ୍ୟାଚରେ ଆରସିବି ହାତରୁ ପରାଜୟ ସାମ୍ନା କରିବାକୁ ପଡିଥିଲା। ସେହିପରି ରାଜସ୍ଥାନ ରୟାଲ୍ସ ତାର ପ୍ରଥମ ମ୍ୟାଚରେ ସନରାଇଜର୍ସ ହାଇଦ୍ରାବାଦଠାରୁ ପରାସ୍ତ ହୋଇଥିଲା।
ବୁଧବାରର ମ୍ୟାଚ୍ରେ ଗୋଟିଏ ଦଳର ବିଜୟ ଖାତା ଖୋଲିବାକୁ ଯାଉଛି। ଅନ୍ୟପକ୍ଷରେ ଏହି ମ୍ୟାଚ୍ ପାଇଁ ରାଜସ୍ଥାନ ରୟାଲ୍ସର ପ୍ଲେଇଂ ଇଲେଭେନରେ ଦୁଇଟି ପରିବର୍ତ୍ତନ ଦେଖିବାକୁ ମିଳିପାରେ।
ସନରାଇଜର୍ସ ହାଇଦ୍ରାବାଦ ବିପକ୍ଷରେ ଗତ ମ୍ୟାଚ୍ରେ ରାଜସ୍ଥାନ ରୟାଲ୍ସର ବୋଲିଂ ବହୁତ ଖରାପ ଥିଲା। ଦଳର ଷ୍ଟାର ଦ୍ରୁତ ବୋଲର ଜୋଫ୍ରା ଆର୍ଚର ଏହି ମ୍ୟାଚ୍ରେ ସବୁଠାରୁ ମହଙ୍ଗା ପ୍ରମାଣିତ ହୋଇଥିଲେ। ଜୋଫ୍ରା ହାଇଦ୍ରାବାଦ ବିପକ୍ଷରେ ୪ ଓଭରରେ ୭୬ ରନ ଦେଇଥିଲେ। ଯାହା ଆଇପିଏଲ ଇତିହାସର ସବୁଠାରୁ ମହଙ୍ଗା ଓଭର ମଧ୍ୟ ହୋଇଥିଲା। ଏବେ ଏହି ବୋଲରଙ୍କୁ ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇପାରେ। ଜୋଫ୍ରାଙ୍କ ସ୍ଥାନରେ ଶ୍ରୀଲଙ୍କାର ସ୍ପିନ୍ ବୋଲର ୱାନିନ୍ଦୁ ହସରଙ୍ଗାଙ୍କୁ ରାଜସ୍ଥାନର ପ୍ଲେଇଂ ଇଲେଭେନରେ ସୁଯୋଗ ମିଳିପାରେ। ହସରଙ୍ଗା ଆଇପିଏଲ ଇତିହାସରେ ୨୬ଟି ମ୍ୟାଚ୍ ଖେଳି ବୋଲିଂ କରି ୩୫ଟି ୱିକେଟ ନେଇଛନ୍ତି।
ଅଧିକ ପଢ଼ନ୍ତୁ: ଜାତୀୟ ସଙ୍ଗୀତକୁ ଅପମାନ କରିବା ବିହାର ମୁଖ୍ୟମନ୍ତ୍ରୀଙ୍କୁ ମହଙ୍ଗା ପଡ଼ିଲା
ପ୍ରଥମ ମ୍ୟାଚ୍ରେ ଦ୍ରୁତ ବୋଲର ତୁଷାର ଦେଶପାଣ୍ଡେ ମଧ୍ୟ ରାଜସ୍ଥାନ ରୟାଲ୍ସ ପକ୍ଷରୁ ଖେଳୁଥିବାର ଦେଖାଯାଇଥିଲା। ଯଦିଓ ସେ ବୋଲିଂ କରି ୩ଟି ୱିକେଟ ନେଇଥିଲେ। ତୁଷାର ଦେଶପାଣ୍ଡେ ୪ ଓଭରରେ ୪୪ ରନ ଦେଇଥିଲେ। ଏପରି ପରିସ୍ଥିତିରେ, ତୁଷାର ଦେଶପାଣ୍ଡେଙ୍କୁ ଦ୍ୱିତୀୟ ମ୍ୟାଚ୍ର ପ୍ଲେଇଂ ଇଲେଭେନରୁ ବାଦ ଦିଆଯାଇପାରେ। ଯଦି ଏହା ହୁଏ, ତେବେ ଆକାଶ ମାଧୱାଲ ରାଜସ୍ଥାନ ରୟାଲ୍ସର ପ୍ଲେଇଂ ଇଲେଭେନରେ ପ୍ରବେଶ କରିପାରିବେ।
Struck at 300+ and Dubey is hungry for more 🔥 pic.twitter.com/isYqWioHGO
— Rajasthan Royals (@rajasthanroyals) March 26, 2025
ରାଜସ୍ଥାନ ରୟାଲ୍ସର ସମ୍ଭାବ୍ୟ ଦଳ:
ରିୟାନ ପରାଗ (ଅଧିନାୟକ), ସଞ୍ଜୁ ସାମସନ, ଯଶସ୍ୱୀ ଜୟସ୍ୱାଲ, ଧ୍ରୁବ ଜୁରେଲ (ୱିକେଟକିପର), ନୀତିଶ ରାଣା, ଶିମରୋନ ହେଟମାୟର, ଶୁଭମ ଦୁବେ, ୱାନିନ୍ଦୁ ହସରଙ୍ଗା, ମହେଶ ତିକ୍ଷଣ, ଆକାଶ ମାଧୱାଲ, ସନ୍ଦୀପ ଶର୍ମା, ଫଜଲହକ ଫାରୁକି।
କୋଲକାତା ନାଇଟ୍ ରାଇଡର୍ସ ସମ୍ଭାବ୍ୟ ଦଳ:
କ୍ୱିଣ୍ଟନ୍ ଡି କକ୍ (ୱିକେଟକିପର), ଅଜିଙ୍କ୍ୟ ରାହାନେ (ଅଧିନାୟକ), ସୁନୀଲ ନାରିନ, ଭେଙ୍କଟେଶ ଆୟର, ରିଙ୍କୁ ସିଂ, ଅଙ୍ଗକ୍ରିଶ ରଘୁବଂଶୀ, ଆଣ୍ଡ୍ରେ ରସେଲ, ରମଣଦୀପ ସିଂ, ସ୍ପେନ୍ସର ଜନସନ, ହର୍ଷିତ ରାଣା, ବରୁଣ ଚକ୍ରବର୍ତ୍ତୀ , ଅନ୍ରିଚ୍ ନର୍ଥଜେ , ମନୀଷ ପାଣ୍ଡେ ,ବୈଭବ ଆରୋୟା , ଅନୁକୁଳ ରାୟ,ଲୁଭନିଥ୍ ସିସୋଦିଆ, ଚେତନ ସକାରିଆ, ରହମାନୁଲ୍ଲା ଗୁରୁବାଜ , ମୟଙ୍କ ମାର୍କାଣ୍ଡେ , ରୋଭମାନ ପାୱେଲ , ମୋଇନ ଅଲି।
ଅଧିକ ପଢ଼ନ୍ତୁ: ଆମର ଦାବିରୁ ଆମେ କେବେ ଓହରିବୁ ନାହିଁ: ତାରା ପ୍ରସାଦ ବାହିନୀପତି
Indian Premier League 2025 | RR vs KKR | 6th Match