ଜାପାନ୍‌ ଏବଂ ଚୀନ୍‌ ପରେ ଘଣ୍ଟା ପ୍ରତି ୬୦୦କିଲୋମିଟର ବେଗରେ ଗତି କରୁଥିବା ମଗ୍‌ଲେବ୍‌ ଟ୍ରେନ୍‌ର ମଡେଲ୍‌ ପ୍ରସ୍ତୁତ କଲା ଭାରତ

ଇନ୍ଦୋର : ଜାପାନ ଏବଂ ଚୀନ୍‌ ପରେ ଭାରତରେ ଘଣ୍ଟା ପ୍ରତି ୬୦୦କିଲୋମିଟର ବେଗରେ ଗତି କରୁଥିବା ମଗ୍‌ଲେବ୍‌ ଟ୍ରେନ୍‌ର ମଡେଲ ତିଆରି କରାଯାଇଛି । ଏହାକୁ ଇନ୍ଦୋରର ଆଡ୍‌ଭାନ୍ସଡ୍‌ ଟେକ୍ନୋଲଜି ସେଣ୍ଟରରେ ତିଆରି କରାଯାଇଥିବା ଜଣାପଡ଼ିଛି । ଏହି ମଡେଲଟି ଏବେ ଇନ୍ଦୋରର ରାଜା ରମନ୍ନା ସେଣ୍ଟର ଫର୍‌ ଆଡ୍‌ଭାନ୍ସଡ୍‌ ଟେକ୍ନୋଲଜିରେ ମୁଖ୍ୟ ଆକର୍ଷଣ ପାଲଟି ଯାଇଛି । ରାଜା ରମନ୍ନା ସେଣ୍ଟର ଫର୍‌ ଆଡ୍‌ଭାନ୍ସଡ୍‌ ଟେକ୍ନୋଲଜିର(ଆର୍‌ଆର୍‌ସିଏଟି) ବୈଜ୍ଞାନିକ ଆର୍‌ଏନ୍‌ଏସ୍‌ ସିନ୍ଦେ ଏହାର ନମୁନା ପ୍ରସ୍ତୁତ କରିଥିବା ବେଳେ ୫୦ଜଣିଆ ଏକ୍‌ ଟିମ୍‌ ତାଙ୍କୁ ଏହି ନମୁନା ପ୍ରସ୍ତୁତ କରିବାରେ ସାହାଯ୍ୟ କରିଥିଲେ ।

The Indian Express

ମଗ୍‌ଲେବ୍‌ ଟ୍ରେନ୍‌ ଲାଗ ଲୋଡା ଥିବା ଟେକ୍ନୋଲଜି ଏବେ କେବଳ ଜାପାନ ଏବଂ ଚୀନ୍‌ ପାଖରେ ରହିଛି । ଏମିତିକି ଆମେରିକା ପାଖରେ ମଧ୍ୟ ସେ ଟେକ୍ନୋଲଜି ନାହିଁ । ଆର୍‌ଆର୍‌ସିଏଟି ଦ୍ୱାରା ପ୍ରସ୍ତୁତ କରାଯାଇଥିବା ନମୁନାରେ ବ୍ୟବହାର କରାଯାଇଥିବା ସୁପର କଣ୍ଡକ୍ଟର ତରଳ ନାଇଟ୍ରୋଜେନ୍‌ ଦ୍ୱାରା ତିଆରି କରାଯାଇଛି । ଯାହାଦ୍ୱାରା ଟ୍ରେନ୍‌ଟି ତଳେ ନ ଲାଗି ଚୁମ୍ବକୀୟ ଶକ୍ତି ଦ୍ୱାରା ଚାଲୁଥିବା ଜଣା ପଡ଼ିଛି । ଏହି ମଡେଲକୁ ବିଶ୍ୱ ବୈଜ୍ଞାନିକ ଦିବସରେ ସ୍କୁଲ ପିଲାମାନଙ୍କ ଆଗରେ ଉପସ୍ଥାପିତ କରାଯାଇଥିବା ବେଳେ ଧୀରେ ଧୀରେ ଏହାକୁ ନେଇ ଚର୍ଚ୍ଚା ଜୋର ଧରୁଛି । ଖବରଟି ସାମ୍ନାକୁ ଆସିବା ପରେ ଅନେକ ଇଣ୍ଟରନ୍ୟାସ୍‌ନାଲ ରିସର୍ଚ୍ଚ ଏଜେନ୍ସି ଆର୍‌ଆର୍‌ସିଏଟିକୁ ସଂପର୍କ କରୁଥିବା ଜଣାପଡ଼ିଛି ।

ସମ୍ବନ୍ଧିତ ଖବର