‘ସିଏଏ’ ବିରୋଧୀ ପ୍ରତିବାଦରେ ଭାଗ ନେଇଥିବା ଉତ୍ତରପ୍ରଦେଶ କବିଙ୍କ ଉପରେ ୧ କୋଟି ଟଙ୍କା ଜରିମାନା

ବରେଲି: ‘ସିଏଏ’ ବିରୋଧୀ ପ୍ରତିବାଦରେ ଭାଗ ନେଇଥିବା କବି ତଥା କଂଗ୍ରେସ ନେତା ଇମ୍ରାନ ପ୍ରତାପଗଡ଼ିଙ୍କ ଉପରେ ୧. ୦୪ କୋଟି ଟଙ୍କାର ଜରିମାନା କରାଯାଇଛି। ଇମ୍ରାନ୍‌ ମୋରାଦାବାଦର ଇଦ୍‌ଗା ପରିସରରେ ଲୋକମାନଙ୍କୁ ‘ସିଏଏ’ ବିରୋଧରେ ପ୍ରତିବାଦ କରିବାକୁ ଉତ୍ସାହିତ କରିଥିଲେ ବୋଲି ଅଭିଯୋଗ ହୋଇଥିଲା।

ଜାନୁଆରି ୨୯ ତାରିଖରୁ ‘ସିଏଏ’ ବିରୋଧୀ ପ୍ରତିବାଦକାରୀମାନେ ଇଦ୍‌ଗା ପରିସରରେ ଧାରଣା ଦେଇଛନ୍ତି। ସେମାନଙ୍କ ମଧ୍ୟରେ ବହୁସଂଖ୍ୟକ ମହିଳା ମଧ୍ୟ ଅଛନ୍ତି। ଆଇନଶୃଙ୍ଖଳା ବଜାୟ ରଖିବାକୁ ସେଠାରେ ଗୋଟିଏ କମ୍ପାନି ରାପିଡ୍‌ ଆକ୍‌ସନ୍‌ ଫୋର୍ସ, ଦେଢ଼ କମ୍ପାନି ପ୍ରୋଭିନ୍‌ସିଆଲ୍‌ କନ୍‌ଷ୍ଟାବୁଲାରି ମୁତୟନ ହୋଇଛନ୍ତି। ସେଠାରେ ନିରାପତ୍ତା ବ୍ୟବସ୍ଥା ନିମନ୍ତେ ଦୈନିକ ପ୍ରାୟ ୧୩. ୪୨ ଲକ୍ଷ ଟଙ୍କା ଖର୍ଚ୍ଚ ହେଉଛି। ପ୍ରତାପଗଡ଼ିର ଅତିରିକ୍ତ ଜିଲ୍ଲାପାଳ ଫେବ୍ରୁଆରି ୬ ତାରିଖ ଦିନ ଜାରି କରିଥିବା ନୋଟିସ୍‌ରେ ଏ କଥା ଉଲ୍ଲେଖ କରିଛନ୍ତି।

Image Source: News 18

ମୋରାଦାବାଦ ଜିଲ୍ଲାପାଳ ରାକେଶ ସିଂହ କହିଛନ୍ତି ଯେ ନିରାପତ୍ତା ବ୍ୟବସ୍ଥା ଖର୍ଚ୍ଚ ବାବଦରେ ଇମ୍ରାନ୍‌ଙ୍କ ଠାରୁ ୧, ୦୪, ୦୮, ୬୯୩ କୋଟି ଟଙ୍କା ଆଦାୟ କରାଯିବ।

କିନ୍ତୁ, ଏ ସଂକ୍ରାନ୍ତରେ ମନ୍ତବ୍ୟ ଦେଇ ପ୍ରତାପଗଡ଼ି କହିଛନ୍ତି ଯେ ଆନ୍ଦୋଳନକାରୀଙ୍କୁ ଭୟଭୀତ କରିବାକୁ ସରକାର ନୂଆ ଉପାୟ ଖୋଜୁଛନ୍ତି। ଆମେ ଏଥିରେ ଭୟଭୀତ ହେବୁନାହିଁ।

ଇଦ୍‌ଗା ଘରୋଇ ସମ୍ପତ୍ତି। ସେଠାରେ କୌଣସି ନିଷେଧାଦେଶ ଜାରି ହୋଇ ପାରିବ ନାହିଁ ବୋଲି ପ୍ରତିବାଦକାରୀମାନେ କହିଛନ୍ତି।

ସମ୍ବନ୍ଧିତ ଖବର