କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଯୋଦ୍ଧାଙ୍କ ମୃତ୍ୟୁ ଘଟିଲେ ତାଙ୍କ ପରିବାରବର୍ଗଙ୍କୁ ମିଳିବ ୧ କୋଟିର ସହାୟତା: ଦିଲ୍ଲୀ ମୁଖ୍ୟମନ୍ତ୍ରୀ କେଜ୍ରିଓ୍ଵାଲ

ନୂଆଦିଲ୍ଲୀ: ନୋଭଲ କରୋନା ଭାଇରସ୍‌ ବା କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯୋଦ୍ଧାମାନଙ୍କ ତୁଳନାରେ କୌଣସି ଗୁଣରେ କମ୍‌ ନୁହନ୍ତି ବୋଲି ଆଜି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ। ଏହି ପରିପ୍ରେକ୍ଷୀରେ ଯଦି ଦୁର୍ଭାଗ୍ୟବଶତଃ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟେ ତେବେ ସେମାନଙ୍କ ପରିବାରବର୍ଗଙ୍କୁ ୧ କୋଟିର ସହାୟତା ରାଶି ପ୍ରଦାନ କରାଯିବ ବୋଲି କହିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିଓ୍ଵାଲ।

ଯୁଦ୍ଧ ସମୟରେ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବା ପାଇଁ ପ୍ରତ୍ୟେକ ଯୋଦ୍ଧାଙ୍କ ଭୂମିକା ଯେପରି ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ହୋଇଥାଏ, ଠିକ୍‌ ସେହିପରି ଏବେ କୋଭିଡ୍‌- ୧୯କୁ କେନ୍ଦ୍ରକରି ସମାନ ପରିସ୍ଥିତି ସୃଷ୍ଟି ହୋଇଛି। ଆଉ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀମାନେ ଯୋଦ୍ଧାମାନଙ୍କ ତୁଳନାରେ କୌଣସି ଗୁଣରେ କମ୍‌ ନୁହନ୍ତି।

News India

ଏହି ପରିପ୍ରେକ୍ଷୀରେ ଯଦି ଦୁର୍ଭାଗ୍ୟବଶତଃ କୋଭିଡ୍‌-୧୯ ଆକ୍ରାନ୍ତଙ୍କ ଚିକିତ୍ସା କରୁଥିବା ଡାକ୍ତର ଓ ସ୍ୱାସ୍ଥ୍ୟକର୍ମୀଙ୍କ ମୃତ୍ୟୁ ଘଟେ ତେବେ ସେମାନଙ୍କ ପରିବାରବର୍ଗଙ୍କୁ ୧ କୋଟିର ସହାୟତା ରାଶି ପ୍ରଦାନ କରାଯିବ ବୋଲି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଶ୍ରୀ କେଜ୍ରିଓ୍ଵାଲ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଦେଶକୁ ଶତ୍ରୁ କବଳରୁ ରକ୍ଷା କରିବାକୁ ଯାଇ ସୀମାରେ ଶହୀଦ ହେଉଥିବା ଯବାନଙ୍କ ପରିବାର ବର୍ଗଙ୍କୁ ୧ କୋଟିର ସହାୟତା ରାଶି ପ୍ରଦାନ କରୁଥିଲେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ।

ସମ୍ବନ୍ଧିତ ଖବର