ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠାରେ ବିଳମ୍ବ, ସୁପ୍ରିମ କୋର୍ଟ କ୍ଷୁବ୍ଧ

ରାଜ୍ୟକୁ ୧ଲକ୍ଷ ଟଙ୍କା ଜରିମାନା, ୪ ସପ୍ତାହରେ ବିଜ୍ଞପ୍ତି ପାଇଁ ନିର୍ଦେଶ

ନୂଆଦିଲ୍ଲୀ : ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ କ୍ଷେତ୍ରରେ ହେଉଥିବା ବିଳମ୍ବକୁ ନେଇ ସୁପ୍ରିମକୋର୍ଟ ଆଜି ଗଭୀର ଅସନ୍ତୋଷ ବ୍ୟକ୍ତ କରିଛନ୍ତି। କେବଳ ସେତିକି ନୁହେଁ, ରାଜ୍ୟ ସରକାରଙ୍କୁ ମଧ୍ୟ ଏକ ଲକ୍ଷ ଟଙ୍କାର ଜରିମାନା କରାଯାଇଛି।

ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ ନେଇ ରାଜ୍ୟ ସରକାରଙ୍କ ଦ୍ବାରା ପ୍ରତିଜବାବ ଦାଖଲ କରାଯାଇ ପାରିନଥିଲା। ଏଣୁ ସୁପ୍ରିମକୋର୍ଟ ଅସନ୍ତୋଷ ବ୍ୟକ୍ତ କରି ଏଭଳି ଜରିମାନା କରିଛନ୍ତି। କୋର୍ଟ ଆଜି ରାଜ୍ୟ ସରକାରଙ୍କୁ ନିର୍ଦେଶ ଦେଇଛନ୍ତି େଯ ୪ ସପ୍ତାହ ବା ମାସକ ଭିତରେ ସେମାନେ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା କରନ୍ତୁ। କେନ୍ଦ୍ର ଓ ରାଜ୍ୟମାନଙ୍କୁ ସୁପ୍ରିମକୋର୍ଟ ତଦାରଖରେ ଗ୍ରାମ୍ୟ ନ୍ୟାୟାଳୟ ସ୍ଥାପନ ପାଇଁ ନିର୍ଦେଶ ଦେବା ଲାଗି ନ୍ୟାସନାଲ େଫଡେରେସନ୍ ଅଫ୍ ସୋସାଇଟି ଫର୍ ଲାଷ୍ଟ ଜଷ୍ଟିସ ନାମକ ସଂସ୍ଥା ଦ୍ବାରା ଦାଖଲ କରାଯାଇଥିବା ଏକ ପିଟିସନ ଶୁଣାଣି ହୋଇଥିଲା। ବିଚାରପତି ଦଷ୍ଟିସ ଏନ୍ ଭି ରମନ୍ନାଙ୍କ ଅଧ୍ୟକ୍ଷତାରେ ଗଠିତ ଖଣ୍ଡପୀଠ ଗ୍ରାମ୍ୟ ନ୍ୟାୟାଳୟ ପ୍ରତିଷ୍ଠା ସଂପର୍କିତ ପ୍ରତିଜବାବ ଦାଖଲ କରିନଥିବାରୁ ଓଡ଼ିଶା ସମେତ ଆସାମ, ଚଣ୍ଡୀଗଡ, ଗୁଜରାଟ, ହରିଆଣା, ପଞ୍ଜାବ, ତେଲେଙ୍ଗାନା ଓ ପଶ୍ଚିମବଙ୍ଗ ରାଜ୍ୟକୁ ଏକଲକ୍ଷ ଟଙ୍କା ଜରିମାନା କରିଥିଲେ। ପିଟିସନକାରୀଙ୍କ ପକ୍ଷରୁ ବରିଷ୍ଠ ଆଇନଜୀବୀ ପ୍ରଶାନ୍ତ ଭୂଷଣ ମାମଲାର ପରିଚାଳନା କରୁଥିଲେ।

ସମ୍ବନ୍ଧିତ ଖବର