ଵାସିଂଟନ: ମହାମାରୀ କୋଭିଡ୍ର ଭୟାବହତାକୁ ଦୂର କରିବା ଲାଗି ବୁଧବାର ଆମେରିକାର ଟ୍ରମ୍ପ୍ ପ୍ରଶାସନ ଏକ ଟିକା ପାଇବା ଦିଗରେ ସର୍ବାଧିକ ଅର୍ଥ ଖଟାଇଛି। ଆସନ୍ତା ଡିସେମ୍ବର ସୁଦ୍ଧା ଉପଯୁକ୍ତ କୋଭିଡ ଟିକାର ୧୦ କୋଟି ମାତ୍ରା ପାଇବା ପାଇଁ ରାଷ୍ଟ୍ରପତି ଟ୍ରମ୍ପ୍ ଆନ୍ତର୍ଜାତିକ ଭେଷଜ କମ୍ପାନି ଫାଇଜର ଏବଂ ଜର୍ମାନୀର ବାୟୋଏନ୍ଟେକ୍ ସହ ୧୯୫ କୋଟି ଡଲାର ମୂଲ୍ୟର ବାଣିଜ୍ୟ ଚୁକ୍ତି ସ୍ବାକ୍ଷର କରିଛନ୍ତି। ଖୁବ୍ ଶୀଘ୍ର ଏକ ଟିକା ପାଇବା ପାଇଁ ବ୍ୟାକୁଳ ହୋଇପଡ଼ିଥିବା ଟ୍ରମ୍ପ୍ ପ୍ରଶାସନ ବର୍ତ୍ତମାନ ସୁଦ୍ଧା ଅଧଡଜନେରୁ ଅଧିକ ପ୍ରକଳ୍ପରେ ବିପୁଳ ଅର୍ଥ ଖଟେଇ ସାରିଛନ୍ତି। ଫାଇଜର ଦ୍ବାରା ବିକଶିତ ଟିକାର ଫଳପ୍ରଦତା ପ୍ରମାଣିତ ହୋଇନଥିଲେ ହେଁ ଏହାର ପ୍ରାରମ୍ଭିକ ପରୀକ୍ଷଣରେ ଉଲ୍ଲସିତ ହୋଇ ଟ୍ରମ୍ପ୍ ଏପରି ବାଜି ଲଗାଇଛନ୍ତି। ଏହା ଉପରେ ଏବେ ପୂରା ବିଶ୍ବର ନଜର ରହିଛି।
ଡିସେମ୍ବର ସୁଦ୍ଧା ଫାଇଜର ଦେବ ୧୦ କୋଟି କୋଭିଡ୍ ଟିକା
/sambad/media/post_attachments/wp-content/uploads/2020/07/vaccine2-reuters-1.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)