ଚେନ୍ନାଇ: ଆୟକର ବିଭାଗ ପକ୍ଷରୁ ଚେନ୍ନାଇର ଏକ କନଷ୍ଟ୍ରକ୍ସନ ଫାର୍ମର ବିଭିନ୍ନ କାର୍ଯ୍ୟାଳୟରେ ଚଢ଼ାଉ କରାଯାଇ ନଗଦ ୧୦୦କୋଟି ଟଙ୍କା ଜବତ କରାଯାଇଛି। କେବଳ ୧୦୦ କୋଟି ଟଙ୍କା ନୁହେଁ, ଏହା ସହିତ ୯୦ କେଜି ଓଜନର ସୁନାବିସ୍କୁଟ ଓ ସୁନା ଅଳଙ୍କାର ମଧ୍ୟ ଜବତକରିଛି ଆୟକର ବିଭାଗ।
ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ମେସର୍ସ ଏସପିକେ ଆଣ୍ଡ କମ୍ପାନୀ ତାମିଲନାଡୁରେ ରାସ୍ତା ଓ ରାଜପଥ ନିମାଣ କାର୍ଯ୍ୟ କରେି। କମ୍ପାନି ସରକାରୀ ସହଯୋଗରେ ଏହି କାର୍ଯ୍ୟ କରୁଛି। ଆୟକର ବିଭାଗ ପକ୍ଷରୁ ଏହି କମ୍ପାନିର ଚେନ୍ନାଇରେ ଥିବା ୧୭ଟି କାର୍ଯ୍ୟାଳୟ ସମେତ ମୋଟ୍ ୨୨ଟି ସ୍ଥାନରେ ଆୟକର ବିଭାଗ ଚେନ୍ନାଇ ଶାଖାର ଅଧିକାରୀମାନେଏକକାଳୀନ ରେଡ୍ କରିଥିଲେ। ରେଡ୍ ସମୟରେ ବର୍ତ୍ତମାନ ସୁଦ୍ଧା ନଗଦ ୧୦୦ କୋଟି ଟଙ୍କା ଓ ପ୍ରାୟ ୯୦ କେଜି ଓଜନର ସୁନା ବିସ୍କୁଟ ଓ ସୁନା ଅଳଙ୍କାର ଜବତ କରାଯାଇଛି। ଆୟକର ବିଭାଗ ପକ୍ଷରୁ କୁହାଯାଇଛି ଯେ ଏହି ଟଙ୍କା ଗୁଡ଼ିକ କମ୍ପାନି ପରିସରରେ ପାର୍କିଂ କରାଯାଇଥିବା ବିଭିନ୍ନ କାରରେ ବ୍ୟାଗ୍ରେ ଭର୍ତ୍ତି କରି ରଖାଯାଇଥିଲା। ସେହିପରି ବହୁ ପରିମାଣର ସୁନା ବିସ୍କୁଟ ମଧ୍ୟ କାରରୁ ଜବତ କରାଯାଇଛି। ଏହି ଚଢ଼ାଉ ଆହୁରି ଗୋଟିଏ ଦିନ ଲାଗିବ ଓ ତା ପରେ ପ୍ରକୃତରେ କେତେ ଟଙ୍କା ଓ କେତେ ସୁନା ଜବତ ହେଲା ତାହା ସ୍ପଷ୍ଟ ହେବ ବୋଲି ଆୟକର ବିଭଗ କହିଛି। ତେବେ ଆୟକର ବିଭାଗ ସ୍ପଷ୍ଟ କରିଛି ଯେ ନିଶ୍ଚିତଭାବେ ଏହି ଟଙ୍କାର କୌଣସି ରେକର୍ଡ ନାହିଁ। ତେଣୁ ଆୟକର ଫାଙ୍କିବା ପାଇଁ କମ୍ପାନି ଟଙ୍କାକୁ ଏପରି ଲୁଚାଇ ରଖିଥିଲେ ବୋଲି କୁହାଯାଇଛି।
ଏତେ ଟଙ୍କା ! ଗୋଟିଏ ସଂସ୍ଥାରୁ ଆୟକର ଜବତ କଲା ନଗଦ ୧୦୦କୋଟି ଟଙ୍କା, ୯୦ କେଜି ସୁନା ଅଳଙ୍କାର
/sambad/media/post_attachments/wp-content/uploads/2018/07/cash.jpg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)