ଆଜି ଉଦ୍‌ଘାଟନ ହେବ ୧୦୦ କୋଟି ଟଙ୍କା ବ୍ୟୟରେ ନିର୍ମିତ ଇଞ୍ଜିନ୍‌ ନ ଥିବା ଟ୍ରେନ୍‌

ନୂଆଦିଲ୍ଲୀ: ଅକ୍ଟୋବର ୨୯ ତାରିଖ ଦିନ ଭାରତୀୟ ରେଳବାଇ ଚଳାଇବାକୁ ଯାଉଛି ବହୁପ୍ରତୀକ୍ଷିତ ସ୍ୱଦେଶୀ ଜ୍ଞାନକୌଶଳରେ ନିର୍ମିତ ସେମି-ହାଇସ୍ପିଡ୍‌ ଟ୍ରେନ୍‌। ଇଣ୍ଟର୍‌-ସିଟି ଟ୍ରାଭେଲ୍‌ ନିମିତ୍ତ ଉଦ୍ଦିଷ୍ଟ ଏହି ଟ୍ରେନ୍‌ର କୋଡ୍‌ ନେମ୍‌ ହେଉଛି ‘ଟେନ୍‌-ଏଇଟିନ୍‌’।

ଆଇସିଏପ୍‌ ଜେନେରାଲ୍‌ ମ୍ୟାନେଜର ଏସ୍‌. ମଣି କହିଛନ୍ତି: ଅକ୍ଟୋବର ୨୯ ତାରିଖ ଦିନ ଆମେ ଏହି ଟ୍ରେନ୍‌ ଉଦ୍‌ଘାଟନ କରିବାକୁ ଯୋଜନା କରିଛୁ। ଦୁଇ ମାସ ଧରି ଟ୍ରେନ୍‌ଟି ଦୁଇ/ ତିନିଟି ସେକ୍ଟର୍‌ରେ ପରୀକ୍ଷାମୂଳକ ଭାବେ ଯାତାୟାତ କରିବ। ସନ୍ତୋଷଜନକ ଫଳାଫଳ ମିଳିଲେ ତାହା ପାସେଞ୍ଜର୍‌ ସର୍ଭିସ୍‌ରେ ନିୟୋଜନ କରାଯିବ।

ସେଲ୍‌ଫ୍‌-ପ୍ରୋପେଲ୍‌ଡ୍‌ ଟ୍ରେନ୍‌ ‘ଟ୍ରେନ୍‌-ଏଇଟିନ୍‌’ (ଯେଉଁ ବର୍ଷ ତିଆରି ହୋଇଛି ସେହି ଅନୁସାରେ ନାମିତ) ଘଣ୍ଟାପ୍ରତି ୧୬୦ କି. ମି. ବେଗରେ ଯାତ୍ରା କରିବ। ଶେଷକୁ ଏହା ଭାରତୀୟ ରେଳବାଇ ନେଟ୍‌ଓ୍ଵାର୍କରୁ ଶତାବ୍ଦୀ ଏକ୍‌ସ୍‌ପ୍ରେସ୍‌ର ସ୍ଥାନ ଗ୍ରହଣ କରିବ।

‘ଟ୍ରେନ୍‌-ଏଇଟିନ୍‌’ ହେଉଛି ଶତପ୍ରତିଶତ ‘ମେକ୍‌ ଇନ୍‌ ଇଣ୍ଡିଆ’ ପ୍ରକଳ୍ପ । ଏହା ଚେନ୍ନାଇର ଇଣ୍ଟେଗ୍ରାଲ୍‌ କୋଚ୍‌ ଫ୍ୟାକ୍ଟ୍ରିରେ ତିଆରି କରାଯିବ। ୧୦୦ କୋଟି ଟଙ୍କା ମୂଲ୍ୟର ଏହି ଇଞ୍ଜିନ୍‌ରହିତ ଟ୍ରେନ୍‌ରେ ଲାଗିଛି ଷ୍ଟେନ୍‌ଲେସ୍‌ ଷ୍ଟିଲ୍‌ କାର୍‌ ବଡି, ଯାହାର ବେସ୍‌ ଡିଜାଇନ୍‌ ହେଉଛି ଏଲ୍‌ଏଚ୍‌ବି।

ସମ୍ପୂର୍ଣ୍ଣ ଶୀତତାପ ନିୟନ୍ତ୍ରିତ ଏହି ଟ୍ରେନ୍‌ରେ ଚେୟାର୍‌-କାର୍‌ ଭଳି ବଗି ରହିବ। ସେଥିରୁ ଦୁଇଟି ହେଉଛି ଏକ୍‌ଜିକ୍ୟୁଟିଭ୍‌ ଚେୟାର୍‌ କାର୍‌ ଏବଂ ୧୪ଟି ନନ୍‌-ଏକ୍‌ଜିକ୍ୟୁଟ୍‌ ଚେୟାର୍‌ କାର୍‌। ଏକ୍‌ଜିକ୍ୟୁଟିଭ୍‌ ଚେୟାର୍‌ କାର୍‌ରେ ୫୬ ଜଣ ଯାତ୍ରୀ ଏବଂ ନନ୍‌-ଏକ୍‌ଜିକ୍ୟୁଟ୍‌ ଚେୟାର୍‌ କାର୍‌ରେ ୭୮ ଜଣ ଯାତ୍ରୀ ଯାଇ ପାରିବେ।

ଅାକର୍ଷଣୀୟ ଇଣ୍ଟେରିୟର୍‌ ଏବଂ ଓ୍ଵାର୍ଲଡ୍‌-କ୍ଲାସ୍‌ ସୁବିଧା ଥିବା ଏହି ଟ୍ରେନ୍‌ରେ ଇଣ୍ଟର୍‌-କନେକ୍‌ଟେଡ୍‌ ଫୁଲି ସିଲ୍‌ଡ୍‌ ଗ୍ୟାଙ୍ଗ୍‌େଓ୍ଵଜ୍‌, ରିଟ୍ରାକ୍‌ଟେବ୍ଲ୍‌ ଫୁଟ୍‌ଷ୍ଟେପ୍‌ ସହ ଅଟୋମେଟିକ୍‌ ଡୋର୍‌, ଅନ୍‌-ବୋର୍ଡ ଓ୍ଵାଇ-ଫାଇ ଏବଂ ଇମ୍ଫୋଟେନ୍‌ମେଣ୍ଟ୍‌, ଜିପିଏସ୍‌-ଭିତ୍ତିକ ପାସେଞ୍ଜର୍‌ ଇନ୍‌ଫର୍‌ମେସନ୍‌ ସିଷ୍ଟମ୍‌, ବାୟୋ-ଭ୍ୟାକୁମ୍‌ ସହ ମୋଡୁଲାର୍‌ ଟଏଲେଟ୍‌, ହାଲୋଜେନ୍‌ ମୁକ୍ତ ରବର୍‌-ଅନ୍‌-ରବର୍‌ ଫ୍ଲୋରିଙ୍ଗ୍‌, ରୋଟେସ୍‌ନାଲ୍‌ ସିଟ୍‌, ରୋଲର୍‌ ବ୍ଲାଇଣ୍ଡ୍‌ ଏବଂ ଡିଫିୟୁଜ୍‌ଡ୍‌ ଏଲ୍‌ଇଡି ଲାଇଟିଙ୍ଗ୍‌ ଆଦି ରହିଛି।

ସମ୍ବନ୍ଧିତ ଖବର