ଆଦିଲ୍ଲୀ: ଯୋଗଗୁରୁ ବାବା ରାମଦେବ ଏଲୋପାଥି ଏବଂ କରୋନା ମହାମାରୀ ପାଇଁ ବ୍ୟବହୃତ ହେଉଥିବା ବିଜ୍ଞାନଭିତ୍ତିକ ଔଷଧ ବିରୋଧରେ ଦେଇଥିବା ମନ୍ତବ୍ୟକୁ ଭାରତୀୟ ଚିକିତ୍ସକ ସଂଘ (ଆଇଏମଏ) ତୀବ୍ର ବିରୋଧ କରିଛି। ଆଇଏମଏର ଉତ୍ତାରଖଣ୍ଡ ଶାଖା ପକ୍ଷରୁ ରାମଦେବଙ୍କୁ ଏକ ନୋଟିସ ପଠାଯାଇଛି। ସେଥିରେ କୁହଯାଇଛି ଯଦି ତାଙ୍କ ବିବୃତିକୁ ଖଣ୍ଡନ କରିବା ଭଳି ଭିଡିଓ ଯଦି ସେ ପୋଷ୍ଟ ନକରନ୍ତି ଏବଂ ନିଃସର୍ତ୍ତ କ୍ଷମା ଲିଖିତ ଆକାରରେ ନ ମାଗନ୍ତି ତାହେଲେ ତାଙ୍କ ଠାରୁ ଆସନ୍ତା ୧୫ ଦିନ ମଧ୍ୟରେ ୧୦୦୦ କୋଟି ଟଙ୍କା ମାନହାନି ବାବଦରେ ଦାବି କରାଯିବ।
ତେବେ ରାମଦେବଙ୍କୁ ବଞ୍ଚାଇବା ପାଇଁ ତାଙ୍କର ଘନିଷ୍ଠ ସହଯୋଗୀ ଆଚାର୍ଯ୍ୟ ବାଲକ୍ରିଷ୍ଣନ୍ ଆଗେଇ ଆସିଛନ୍ତି। ପତଞ୍ଜଳି ଆୟୁର୍ବେଦର ଅଧ୍ୟକ୍ଷ ଥିବା ବାଲକ୍ରିଷ୍ଣନ୍ କହିଛନ୍ତି, ଯୋଗଗୁରୁଙ୍କ ମନ୍ତବ୍ୟକୁ ଅଯଥା ବଡ଼ କରାଯାଉଛି। ତେବେ ଏଲୋପାଥି ଡାକ୍ତରମାନେ କରୋନିଲ ଆଣ୍ଟି କୋଭିଡ କିଟ୍ର ସଫଳତାକୁ ନେଇ ଦୁଃଖିତ ଅଛନ୍ତି। ତେଣୁ ସେମାନେ ଏହି ପ୍ରସଙ୍ଗକୁ ଅଯଥା ବଡ଼ କରୁଛନ୍ତି ବୋଲି ବାଲକ୍ରିଷ୍ଣନ୍ କହିଛନ୍ତି। ଆଇଏମ୍ଏ ପକ୍ଷରୁ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ନିକଟକୁ ମଧ୍ୟ ପତ୍ର ଲେଖି ରାମଦେବଙ୍କୁ ଦେଶଦ୍ରୋହ ଆଇନ ବଳରେ ଗିରଫ କରାଯିବା ପାଇଁ ଦାବି କରାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/06/in-babaramdev.jpg)