ନୂଆଦିଲ୍ଲୀ : ଯଦି ଟ୍ରେନ୍ ନିର୍ଦ୍ଧାରିତ ସମୟରୁ ବିଳମ୍ବରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚେ ତେବେ ଯାତ୍ରୀଙ୍କୁ ଏଥି ଯୋଗୁଁ ହୋଇଥିବା ଅସୁବିଧା ପାଇଁ ରେଳବାଇ କ୍ଷତିପୂରଣ ଦେବାକୁ ହେବ। ଜଣେ ଯାତ୍ରୀଙ୍କ ପକ୍ଷରୁ ଦାଖଲ କରାଯାଇଥିବା ଅଭିଯୋଗର ଶୁଣାଣି କରି ଉପଭୋକ୍ତା ଫୋରମ୍ ଏଭଳି ଏକ ନିର୍ଦ୍ଦେଶ ଆଜି ରେଳବାଇକୁ ଦେଇଛନ୍ତି। ନୂଆଦିଲ୍ଲୀର ସବ୍ଜି ମଣ୍ଡିରେ ରହୁଥିବା ନବୀନ ଗୌଡ ଗତବର୍ଷ ଡିସେମ୍ବର ୨୭ ତାରିଖରେ ସପରିବାର ଭୁବନେଶ୍ୱର ଆସିବା ପାଇଁ ନୂଆଦିଲ୍ଲୀ-ଭୁବନେଶ୍ୱର ରାଜଧାନୀ ଏକ୍ସପ୍ରେସରେ ଟିକଟ କରିଥିଲେ। କିନ୍ତୁ ଯାତ୍ରା ଆରମ୍ଭ ଦିନ ଟ୍ରେନ୍ ନୂଆଦିଲ୍ଲୀରୁ ୧୮ଘଣ୍ଟା ବିଳମ୍ବରେ ବାହାରିଥିଲା ଓ ୧୨ ଘଣ୍ଟା ବିଳମ୍ବରେ ଭୁବନେଶ୍ୱରେ ପହଞ୍ଚିଥିଲା। ଫଳରେ ପୂର୍ବରୁ ଆଡଭାନ୍ସ ହୋଟେଲ ବୁକିଂ କରିଥିବା ଗୌଡଙ୍କୁ ଅଯଥାରେ ଗୋଟିଏ ଦିନର ଅତିରିକ୍ତ ରୁମ୍ ଭଡା ଦେବାକୁ ପଡ଼ିଥିଲା। ୩୧ ତାରିଖ ଦିନ ଗୌଡ ଓ ତାଙ୍କ ପରିବାର ଭୁବନେଶ୍ୱରରୁ ଦିଲ୍ଲୀ ଫେରିବା ପାଇଁ ମଧ୍ୟ ଉକ୍ତ ଟ୍ରେନ୍ରେ ଟିକଟ କରିଥିଲେ। କିନ୍ତୁ ୩୦ ତାରିଖ ଦିନ ଟ୍ରେନ୍ ୧୮ ଘଣ୍ଟା ବିଳମ୍ବରେ ପହଞ୍ଚିବାରୁ ୩୧ ତାରିଖ ଦିନ ଟ୍ରେନ୍ ବାତିଲ କରିଦିଆଯାଇଥିଲା। ଗୌଡ ସପରିବାରେ ବିମାନ ଯୋଗେ ଦିଲ୍ଲୀ ଫେରି ଏଭଳି ଅସୁବିଧା ପାଇଁ ରେଳବାଇର ଦୃଷ୍ଟି ଆକର୍ଷଣ କରିଥିଲେ। କିନ୍ତୁ ରେଳବାଇ ତାଙ୍କ ଟିକେଟ ମୂଲ୍ୟରୁ କିଛି ଟିକସ କାଟି ବାକି ପଇସା ଫେରାଇ ଦେଇଥିଲେ। ହେଲେ ନବୀନ ଗୌଡ ଟ୍ରେନ୍ ବିଳମ୍ବ ପାଇଁ ଯେଉଁ ଅତିରିକ୍ତ ଖର୍ଚ୍ଚ କରିଥିଲେ ତାହା ତାଙ୍କୁ ରେଳବାଇ ଭରଣା ନକରିବାରୁ ସେ ଉପଭୋକ୍ତା ଫୋରମର ଦ୍ୱାରସ୍ଥ ହୋଇଥିଲେ। ଟ୍ରେନ୍ ବିଳମ୍ବ ପାଇଁ ନବୀନ ଗୌଡଙ୍କ ପରିବାର ସହିଥିବା କ୍ଷତି ଓ ମାନସିକ ଯନ୍ତ୍ରଣା ପାଇଁ ତାଙ୍କୁ ୧୦ ହଜାର ଟଙ୍କା ଜରିମାନା ତୁରନ୍ତ ଦେବାକୁ ଉତ୍ତର ରେଳବାଇକୁ ଫୋରମ୍ ନିର୍ଦ୍ଦେଶ ଦେଇଛନ୍ତି।
ରେଳବାଇକୁ ୧୦ ହଜାର ଟଙ୍କା ଜରିମାନା
ରାଜଧାନୀ ଏକ୍ସପ୍ରେସ ବିଳମ୍ବରୁ ଯାତ୍ରୀଙ୍କ ଅସୁବିଧା
/sambad/media/post_attachments/wp-content/uploads/2018/01/rail.jpeg)
Advertisment
Sambad is now on WhatsApp
Join and get latest news updates delivered to you via WhatsApp
/sambad/media/agency_attachments/2024-07-24t043029592z-sambad-original.webp)