ନୂଆଦିଲ୍ଲୀ : ଦିଲ୍ଲୀର ଏକ ଗହଣା ସୋରୁମ୍ରୁ ଆଜି ୧୩ କୋଟି ଟଙ୍କାର ସୁନା ଲୁଟ୍ ହୋଇଯାଇଛି। ଜଣେ ବ୍ୟକ୍ତି ପିପିଇ କିଟ୍ ପିନ୍ଧି ସୋରୁମ୍କୁ ପ୍ରବେଶ କରିଥିଲା ଏବଂ ୨୫ କିଲୋ ଓଜନର ସୁନା ଲୁଟି ନେଇଥିଲା। ସମ୍ପୃକ୍ତ ବ୍ୟକ୍ତି ଜଣକ ଗିରଫ ହୋଇଛି। ସିସିଟିଭି ଫୁଟେଜ୍ ଆଧାରରେ ଅଭିଯୁକ୍ତକୁ ଧରାଯାଇଥିଲା। ତାକୁ ମହମ୍ମଦ ଶେଖ୍ ନୁର ଭାବେ ଚିହ୍ନଟ କରାଯାଇଛି। ସୋରୁମ୍ରେ ୫ ଜଣ ସୁରକ୍ଷାକର୍ମୀ ଥିଲେ ମଧ୍ୟ ସେମାନେ ଏ ବିଷୟରେ ଜାଣି ପାରିନଥିଲେ।
ପିପିଇ କିଟ୍ ପିନ୍ଧି ୧୩ କୋଟି ଟଙ୍କାର ସୁନା ଲୁଟ୍
/sambad/media/post_attachments/wp-content/uploads/2021/01/g456dg4j65dg4j65dg4564dg564jdg56j.jpg)