ନୂଆଦିଲ୍ଲୀ: ଦୀପାବଳି ପାଖେଇ ଆସିଲେ ଲୋକ ସଫାସଫି କରିବା ଆରମ୍ଭ କରିଦିଅନ୍ତି। ଲୋକଙ୍କ ମନରେ ଭରସା ରହିଛି ଯେ ଘର ସଫା କରିବା ଦ୍ବାରା ଧନ ଏବଂ ସମୃଦ୍ଧିର ଦେବୀ ମାଆ ଲକ୍ଷ୍ମୀ ସେମାନଙ୍କୁ ସୌଭାଗ୍ୟ ପ୍ରଦାନ କରିବେ।
ତେବେ ଯଦି ଆପଣ ଏହି ସଫା କରିବା ସମୟରେ ଲୁଚି ରହିଥିବା ଟଙ୍କା ପାଆନ୍ତି, ତେବେ ଏହାକୁ ଭଗବାନଙ୍କ ଠାରୁ ଦୀପାବଳି ବୋନସ ବୋଲି ବିବେଚନା କରିବେ ନାହିଁ? ଜଣେ ରେଡ୍ଡିଟ୍ ବ୍ୟବହାରକାରୀ ସମାନ କାହାଣୀ ସେୟାର କରନ୍ତି।
ବ୍ୟବହାରକାରୀ ଜଣକ ପ୍ରକାଶ କରିଛନ୍ତି ଯେ କିପରି ଦୀପାବଳି ସଫା କରିବା ବେଳେ ତାଙ୍କ ପରିବାରକୁ ୨ ଲକ୍ଷ ଟଙ୍କା (ପୁରୁଣା ୨୦୦୦ ଟଙ୍କିଆ ନୋଟ୍ର) ମିଳିଛି।
ଟଙ୍କାର ଫଟୋ ସହିତ ସେ କରିଥିବା ପୋଷ୍ଟ୍ରେ କ୍ୟାପ୍ସନ୍ ଲେଖିଛନ୍ତି, ‘‘୨୦୨୫ର ବଡ଼ ଦୀପାବଳି ସଫେଇ’’। ବ୍ୟବହାରକାରୀ ଜଣାଇଛନ୍ତି କି ତାଙ୍କ ମାଆ ସଫେଇ କାର୍ଯ୍ୟ କରିବା ବେଳେ ଏହି ଟଙ୍କା ଡିଟିଏଚ୍ ଭିତରୁ ପାଇଛନ୍ତି। ବୋଧହୁଏ ତାଙ୍କ ବାପା ନୋଟ୍ବନ୍ଦୀ ସମୟରେ ଏହି ଟଙ୍କା ରଖିଥିଲେ ଓ ଏପର୍ଯ୍ୟନ୍ତ କାହାକୁ କିଛି ଜଣାଇ ନାହାନ୍ତି ବୋଲି ସେ ଉଲ୍ଲେଖ କରିଛନ୍ତି।
ଏହି ପୋଷ୍ଟଟି ଅନଲାଇନରେ ଲୋକପ୍ରିୟ ହେବା ସହିତ, ସୋସିଆଲ ମିଡିଆ ବ୍ୟବହାରକାରୀମାନେ ଭିନ୍ନ ଭିନ୍ନ ପ୍ରକିକ୍ରିୟା ରଖିଛନ୍ତି। କେହି କେହି ଏ ଟଙ୍କାକୁ ଏବେ ବି ବଦଳାଇ ହେବ ବୋଲି ମତ ରଖିଥିବା ବେଳେ କେହି କେହି ଆର୍ବିଆଇରେ ବଦଳାଇବାର ପ୍ରକ୍ରିୟା ବତାଇଛନ୍ତି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/member_avatars/2025/07/14/2025-07-14t130310706z-502487809_3832857453524870_6306522069312104664_n-2025-07-14-18-33-09.jpg)
/sambad/media/media_files/2025/10/14/untitled-13-2025-10-14-14-40-01.jpg)