୪ ବର୍ଷରେ ରାଜପଥ ବିକାଶ ପାଇଁ ମିଳିଛି ୨୧୭୮ କୋଟି

ନୂଆଦିଲ୍ଲୀ : ୨୦୧୮-୧୯ ଆର୍ଥିକ ବର୍ଷରୁ ଜୁନ୍‌ ୨୦୨୧ ପର୍ଯ୍ୟନ୍ତ ରାଜ୍ୟରେ ରାଜପଥଗୁଡ଼ିକର ବିକାଶ ପାଇଁ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରାଳୟ ଦ୍ବାରା ୨୧୭୮ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୧୮-୧୯ରେ ୭୯୦ କୋଟି ଟଙ୍କା, ୨୦୧୯-୨୦ରେ ୪୫୧ କୋଟି ଟଙ୍କା, ୨୦୨୦-୨୧ରେ ୬୦୧ କୋଟି ଟଙ୍କା ଏବଂ ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ୨୦୨୧ ଜୁନ ସୁଦ୍ଧା ୩୩୬ କୋଟି ଟଙ୍କା ଓଡ଼ିଶାକୁ ପ୍ରଦାନ କରାଯାଇଛି।

ସେହି ଭଳି ଗତ ଚାରି ବର୍ଷରେ ରାଜ୍ୟରେ କେନ୍ଦ୍ରୀୟ ସଡ଼କ ଓ ଭିତ୍ତିଭୂମି ପାଣ୍ଠି ଯୋଜନାରେ ୧୧୦୭.୧୩ କୋଟି ଟଙ୍କା ଦିଆଯାଇଛି। ୨୦୧୮-୧୯ରେ ୧୧୭.୯୩ କୋଟି ଟଙ୍କା, ୨୦୧୯-୨୦ରେ ୨୮୬.୯୬ କୋଟି ଟଙ୍କା, ୨୦୨୦-୨୧ରେ ୫୩୪.୧୯ କୋଟି ଟଙ୍କା , ୨୦୨୧-୨୧ ଆର୍ଥିକ ବର୍ଷର ୨୦୨୧ ଜୁନ ସୁଦ୍ଧା ୧୭୪.୦୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ରାଜ୍ୟ ରାଜପଥଗୁଡ଼ିକର ରକ୍ଷଣାବେକ୍ଷଣ ପାଇଁ ଓଡ଼ିଶାକୁ ଗତ ଚାରି ବର୍ଷରେ ୨୪୧.୫୫ କୋଟି ଟଙ୍କା ପ୍ରଦାନ କରାଯାଇଛି। ୨୦୧୮-୧୯ରେ ୪୩.୨୪ କୋଟି ଟଙ୍କା, ୨୦୧୯-୨୦ରେ ୫୫.୩୧ କୋଟି ଟଙ୍କା, ୨୦୨୦-୨୧ରେ ୬୩.୧୬ କୋଟି ଟଙ୍କା ଏବଂ ୨୦୨୧-୨୨ରେ ଜୁନ୍‌ ୨୦୨୧ ସୁଦ୍ଧା ୭୯.୮୩ କୋଟି ଟଙ୍କା କେନ୍ଦ୍ର ସରକାର ପ୍ରଦାନ କରିଛନ୍ତି।

ଆର୍ଥିକ ଗୁରୁତ୍ବ ବହନ କରୁଥିବା ତଥା ଅନ୍ତରାଜ୍ୟ ଯୋଗାଯୋଗ ବାବଦରେ ଗତ ଚାରି ବର୍ଷରେ ଓଡ଼ିଶାକୁ ୧୮୯.୬୪ କୋଟି ଟଙ୍କା କେନ୍ଦ୍ର ସରକାର ମଧ୍ୟ ପ୍ରଦାନ କରିଛନ୍ତି। ୨୦୧୮-୧୯ରେ ୧୦ କୋଟି ଟଙ୍କା, ୨୦୧୯-୨୦ରେ ୫୫ କୋଟି ଟଙ୍କା, ୨୦୨୦-୨୧ରେ ୪୬ କୋଟି ଟଙ୍କା ଏବଂ ୨୦୨୧-୨୨ ପାଇଁ ଜୁନ୍‌ ୨୦୨୧ ସୁଦ୍ଧା ୭୮.୬୪ କୋଟି ଟଙ୍କା ପ୍ରଦାନ କରାଯାଇଥିବା ଆଜି ଲୋକସଭାରେ ସାଂସଦ ଜୁଏଲ ଓରାମ ଓ ଚଣ୍ଡେଶ୍ବର ପ୍ରସାଦଙ୍କ ଅଣତାରକା ପ୍ରଶ୍ନର ଲିଖିତ ଉତ୍ତରରେ ସୂଚନା ଦେଇଥିଲେ କେନ୍ଦ୍ର ସଡ଼କ ପରିବହନ ଓ ରାଜମାର୍ଗ ମନ୍ତ୍ରୀ ନିତୀନ ଗଡ଼କରୀ।

ସମ୍ବନ୍ଧିତ ଖବର