ଶ୍ରୀନଗର : ଜମ୍ମୁ କାଶ୍ମୀରର ବାରମୁଳା ଜିଲ୍ଲା ଅନ୍ତର୍ଗତ ଉରି ସେକ୍ଟରରୁ ୨୫ କୋଟି ଟଙ୍କା ମୂଲ୍ୟର ଡ୍ରଗ୍ସ ଜବତ ହୋଇଛି। ନିୟନ୍ତ୍ରଣ ‌ରେଖାରେ ମୁତୟନ ଥିବା ସୁରକ୍ଷା କର୍ମୀଙ୍କ ସତର୍କତା କାରଣରୁ ଏହା ଜବତ ହୋଇପାରିଛି ବୋଲି ବାରମୁଳାର ବରିଷ୍ଠ ଏସ୍‌ପି ରୟେସ ଅହମଦ ଭଟ୍ଟ ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସୁରକ୍ଷା କର୍ମୀମାନେ ଶନିବାର ଏହି ସନ୍ଦିଗ୍ଧ ଡ୍ରଗ୍ସ ଚାଲାଣ ସଂପର୍କରେ ଜାଣିବାକୁ ପାଇଥିଲେ। ଫଳରେ ଜମ୍ମୁ କାଶ୍ମୀରକୁ ପ୍ରବେଶ କରିବାକୁ ଥିବା ଉକ୍ତ ଡଗ୍ର୍ସକୁ ସେମାନେ ଜବତ କରି‌ଥିଲେ। ପାଖାପାଖି ୨୫ରୁ ୩୦ କିଲୋ ହେରୋଇନ ଜବତ କରାଯାଇ ପୁଲିସକୁ ହସ୍ତାନ୍ତର କରାଯାଇଛି। ବଜାରରେ ଏହାର ମୂଲ୍ୟ ୨୫ କୋଟି ଟଙ୍କା ହେବ।