ରାଜସ୍ଥାନରେ ୧୦୦ରୁ ଅଧିକ ଅତିଥିଙ୍କ ସହିତ ବିବାହ ପାଇଁ ୨୫,୦୦୦ ଟଙ୍କା ଜରିମାନା

ଜୟପୁର/ ନୂଆଦିଲ୍ଲୀ: ଦିଲ୍ଲୀ ଏବଂ ଉତ୍ତରପ୍ରଦେଶ ପରେ ଏବେ ରାଜସ୍ଥାନରେ କୋଭିଡ୍‌-୧୯ ସଂକ୍ରମଣ ମାମଲା ବୃଦ୍ଧି ପାଇବା ଘଟଣା ରାଜସ୍ଥାନ ସରକାରଙ୍କ ପାଇଁ ଚିନ୍ତାର କାରଣ ପାଲଟିଛି। ଏ ପରିସ୍ଥିତିରେ ରାଜସ୍ଥାନର ଗେହଲୋଟ୍‌ ସରକାର ରାଜ୍ୟରେ କୋଭିଡ୍‌ ଗାଇଡ୍‌ଲାଇନ ବା କୋଭିଡ୍‌ ମାର୍ଗଦର୍ଶିକାର ପାଳନକୁ ଅତ୍ୟନ୍ତ କଡ଼ାକଡ଼ି କରି ଦେଇଛନ୍ତି।

ରାଜ୍ୟରେ ବର୍ତ୍ତମାନ ଭୋଭିଡ୍‌ କାଳରେ ହେଉଥିବା ବିବାହରେ ଅତିଥିଙ୍କ ସୀମା ୧୦୦ ମଧ୍ୟରେ ସୀମିତ ରଖିବାକୁ ନିଷ୍ପତ୍ତି ନେଇଛନ୍ତି ସରକାର। କୋଭିଡ୍‌-୧୯ର ବିସ୍ତାରକୁ ରୋକିବା ପାଇଁ ବିବାହ ଉତ୍ସବରେ ୧୦୦ରୁ ଅଧିକ ଲୋକଙ୍କ ସମାବେଶ ଉପରେ ରାଜ୍ୟ ସରକାର ଦଣ୍ଡବିଧାନ ଘୋଷଣା କରିଛନ୍ତି।

NewsTrak

କେବଳ ମାତ୍ର ବିବାହ ନୁହେଁ ଏହିପରି ଅନ୍ୟ ଯେ କୌଣସି ପ୍ରକାରର ସାମାଜିକ କାର୍ଯ୍ୟକ୍ରମରେ ୧୦୦ରୁ ଅଧିକ ଲୋକ ଏକତ୍ର ହୋଇଥିବା ଜଣାପଡିଲେ ଜରିମାନା ପରିମାଣ ୧୦,୦୦୦ରୁ ୨୫,୦୦୦ ଟଙ୍କାକୁ ବୃଦ୍ଧି କରିବାକୁ ମୁଖ୍ୟମନ୍ତ୍ରୀ ଗେହଲୋଟ୍‌ ଅଧିକାରୀମାନଙ୍କୁ ନିର୍ଦ୍ଦେଶ ଦେଇଛନ୍ତି। ଏହା ପୂର୍ବରୁ ଶନିବାର ଦିନ ରାଜ୍ୟ କ୍ୟାବିନେଟ ରବିବାର ଠାରୁ ଆଠଟି ଜିଲ୍ଲାରେ ରାତ୍ରି କର୍ଫ୍ୟୁ ଲାଗୁ କରିବାକୁ ନିଷ୍ପତ୍ତି ନେଇଛି। ଜୟପୁର, ଯୋଧପୁର, କୋଟା, ବିକାନେର, ଉଦୟପୁର, ଅଜମେର, ଅଲୱାର ଏବଂ ଭିଲୱାରା ମୁଖ୍ୟାଳୟର ମାର୍କେଟ, ରେଷ୍ଟୁରାଣ୍ଟ, ସପିଂ ମଲ ଏବଂ ଅନ୍ୟାନ୍ୟ ବାଣିଜ୍ୟିକ ପ୍ରତିଷ୍ଠାନ ସନ୍ଧ୍ୟା ୭ଟାରେ ବନ୍ଦ ହୋଇଯାଇଥିଲା। ଏହି ଜିଲ୍ଲା ମୁଖ୍ୟାଳୟଗୁଡ଼ିକରେ ରାତିର କର୍ଫ୍ୟୁ ରାତି ୮ଟାରୁ ସକାଳ ୬ଟା ପର୍ଯ୍ୟନ୍ତ ବଳବତ୍ତର ରହୁଛି।

ସମ୍ବନ୍ଧିତ ଖବର