ମହାରାଷ୍ଟ୍ର: ୪କୋଟି କ୍ୟାସ ଭ୍ୟାନ ନେଇ ଚାଳକ ଫେରାର

ପୁନେ: ମହାରାଷ୍ଟ୍ରର ପୁନେରେ ୪କୋଟି ଟଙ୍କା ନେଇ ଯାଉଥିବା ଭ୍ୟାନକୁ ଡ୍ରାଇଭର ଫେରାର ହୋଇ ଯାଇଛି। ଭ୍ୟାନଟି ଟଙ୍କା ନେଇ ଏକ ଘରୋଇ ବ୍ୟାଙ୍କର ଏଟିଏମ୍‌କୁ ଯାଇଥିଲା। ବ୍ୟାଙ୍କ କର୍ମଚାରୀମାନେ କିଛି ଟଙ୍କା ନେଇ ଯେତେବେଳେ, ଏଟିଏମ୍‌ ଭିତରକୁ ପ୍ରବେଶ କଲେ, ଅଭିଯୁକ୍ତ ଚାଳକ ଭ୍ୟାନକୁ ନେଇ ଫେରାର ହୋଇ ଯାଇଥିଲା। ପୁଲିସ ମାମଲା ରୁଜୁ କରି ଡ୍ରାଇଭରକୁ ଖୋଜୁଛି।

ମାମଲା ପୁନେର ସସାନ ନଗର ଅଞ୍ଚଳରେ ହୋଇଥିବା ଜଣାପଡ଼ିଛି। ଘରୋଇ ବ୍ୟାଙ୍କର ଏଟିଏମ୍‌ରେ ଟଙ୍କା ରଖିବାକୁ ଭ୍ୟାନ୍‌ଟି ଯାଇଥିଲା। ଭ୍ୟାନରେ ୪କୋଟି ଟଙ୍କାର ଟଙ୍କା ଥିଲା। ଡ୍ରାଇଭର ସୁଯୋଗ ଖୋଜୁଥିଲା। ଏଟିଏମ୍‌ କର୍ମଚାରୀମାନେ ଯେତେବେଳେ ଟଙ୍କା ନେଇ ଏଟିଏମ୍‌ ଭିତରାକୁ ପ୍ରବେଶ କଲେ, ଫେରାର ହୋଇ ଯାଇଥିଲା। ଏଟିଏମ୍‌ ଭିତରୁ କର୍ମଚାରୀମାନେ ବାହାରିବା ବେଳେ, ଭ୍ୟାନକୁ ନେଇ ଚାଳକ ଫେରାର ହୋଇ ଯାଇଥିଲା।

ଅଭିଯୁକ୍ତ ଚାଳକ କ୍ୟାସଭେନରେ ଲାଗିଥିବା ଜିପିଏସ ସିଷ୍ଟମକୁ ବନ୍ଦ କରିଦେଇଥିଲା। କର୍ମଚାରୀମାନେ ଅନ୍ୟ ଉପାୟ ନ ପାଇ ପୁଲିସ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରି ଛାନଭିନ୍‌ ଆରମ୍ଭ କରି ଦେଇଛି। ପୁଲିସ ସିସିଟିଭିକୁ ଆଧାର କରି ଘଟଣାର ତଦନ୍ତ କରୁଛି।

ସମ୍ବନ୍ଧିତ ଖବର