ପିଓକେ ବିସ୍ଥାପିତ ପରିବାରକୁ ଥଇଥାନ ପ୍ୟାକେଜ୍‌ : ପ୍ରତି ବିସ୍ଥାପିତ ପରିବାରକୁ ୫.୫ ଲକ୍ଷ ଟଙ୍କା

ନୂଆଦିଲ୍ଲୀ : ୫,୩୦୦ ପାକ୍‌ ଅଧିକୃତ କଶ୍ମୀର (ପିଓକେ) ବିସ୍ଥାପିତ ପରିବାର ପାଇଁ କେନ୍ଦ୍ର ସରକାର ଥଇଥାନ ପ୍ୟାକେଜ୍‌ ଘୋଷଣା କରିଛନ୍ତି। ପ୍ରତି ବିସ୍ଥାପିତ ପରିବାରକୁ ୫.୫ ଲକ୍ଷ ଟଙ୍କା ଯୋଗାଇ ଦିଆଯିବ ବୋଲି କେନ୍ଦ୍ର ମନ୍ତ୍ରୀ ପ୍ରକାଶ ଜାଭଡ଼େକର ଆଜି ଘୋଷଣା କରିଛନ୍ତି। ୧୯୪୭ରେ ପାକ୍ ଅଧିକୃତ କଶ୍ମୀରରୁ ଚାଲି ଆସିଥିବା ୫,୩୦୦ ବିସ୍ଥାପିତ ପରିବାର ପ୍ରଥମେ ଜମ୍ମୁ-କଶ୍ମୀର ସଂଲଗ୍ନ ବିଭିନ୍ନ ଅଞ୍ଚଳରେ ବାସ କରୁଥିଲେ। ପରେ ଏମାନେ ଜମ୍ମୁ-କଶ୍ମୀର‌କୁ ଚାଲି ଆସିଥିଲେ। ପ୍ରତି ବିସ୍ଥାପିତ ପରିବାରକୁ ୫.୫ ଲକ୍ଷ ଟଙ୍କାର ଆର୍ଥିକ ସହାୟତା ଯୋଗେଇ ଦେଇ ଭାରତ ସରକାର ସେମାନଙ୍କୁ ଉଚିତ୍‌ ନ୍ୟାୟ ପ୍ରଦାନ କରିଛି ବୋଲି କେନ୍ଦ୍ରମନ୍ତ୍ରୀ ଜାଭେଦ୍‌କର ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି। ସୂଚନାଯୋଗ୍ୟ, ୧୯୪୭ରେ ଭାରତ ପାକିସ୍ତାନ ଅଲଗା ହେବା ସମୟରେ ୩୬,୩୮୪ ଲୋକ ପିଓକେ ଓ ଛାମ୍ବ ଛାଡ଼ି ଜମ୍ମୁ-କଶ୍ମୀରକୁ ଚାଲି ଆସିଥିଲେ।

ସମ୍ବନ୍ଧିତ ଖବର