ନୂଆଦିଲ୍ଲୀ: ଖେଳଣା ବିକ୍ରି କ୍ଷେତ୍ରରେ ବାଧ୍ୟତାମୂଳକ ଖେଳଣା (ଗୁଣବତ୍ତା ନିୟନ୍ତ୍ରଣ) ନିର୍ଦ୍ଦେଶନାମା ୨୦୨୦ ଏବଂ ଭାରତୀୟ ମାନକ ବ୍ୟୁରୋ ମାନଦଣ୍ଡ ପୂରଣ କରିବାରେ ବିଫଳ ହୋଇଥିବାରୁ କେନ୍ଦ୍ରୀୟ ଖାଉଟି ସୁରକ୍ଷା କର୍ତ୍ତୃପକ୍ଷ (ସିସିପିଏ) ଇ-କମର୍ସ କମ୍ପାନି ସ୍ନାପଡିଲ୍ ଉପରେ ୫ ଲକ୍ଷ ଟଙ୍କା ଜରିମାନା ଲଗାଇଛି। ସ୍ନାପଡିଲ୍ ଏହାର ପ୍ଲାଟଫର୍ମରେ ପାତରଅନ୍ତରମୂଳକ ବାଣିଜ୍ୟ ଅଭ୍ୟାସ ସହିତ ବିଆଇଏସ୍ ନିୟମ ପାଳନ କରୁ ନଥିବା ଖେଳନାର ଭ୍ରମିତ ପ୍ରଚାର କରିଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।
ସିସିପିଏର ମୁଖ୍ୟ କମିସନର ନିଧି ଖାରେ ଏବଂ କମିସନର ଅନୁପମ ମିଶ୍ରା ସ୍ନାପଡିଲ୍ (ଏସ୍ ଭେକ୍ଟର ଲିମିଟେଡ) ବିରୋଧରେ ଏ ସଂକ୍ରାନ୍ତ ଚୂଡ଼ାନ୍ତ ନିର୍ଦ୍ଦେଶନାମା ଜାରି କରିଛନ୍ତି। ଏଥିସହିତ ଭବିଷ୍ୟତରେ ସ୍ନାପଡିଲ୍ ଯେଭଳି ବିଆଇଏସ୍ ମାନଦଣ୍ଡ ପୂରଣ କରୁ ନଥିବା ଖେଳନା ବିକ୍ରି କରିବ ନାହିଁ ତାହାକୁ ନିଶ୍ଚିତ କରିବା ଲାଗି କୁହାଯାଇଛି। ଗ୍ରାହକମାନଙ୍କ ଅଭିଯୋଗର ତୁରନ୍ତ ସମାଧାନ ବ୍ୟବସ୍ଥା କରିବା ଲାଗି ଅଭିଯୋଗ ଶୁଣାଣି ଅଧିକାରୀଙ୍କ ଠିକଣା ଏବଂ ଯୋଗାଯୋଗ ନମ୍ବର ପ୍ରଦର୍ଶନ କରିବା ଲାଗି ମଧ୍ୟ କୁହାଯାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/media_files/2026/02/16/new-project-14-2026-02-16-20-23-52.jpg)