ପ୍ରତି ଗରିବ ପରିବାରକୁ ଡାକ୍ତରୀ ଖର୍ଚ୍ଚ ବାବଦରେ ବାର୍ଷିକ ୫ ଲକ୍ଷ ଟଙ୍କାର ସହାୟତା ଦିଆ ଯିବ: ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ହେଲ୍‌ଥ୍‌ େଓ୍ଵଲ୍‌ନେସ୍‌ ସେଣ୍ଟର୍‌ ଫ୍ଲାଗ୍‌ସିପ୍‌ ପ୍ରୋଗ୍ରାମ୍‌ରେ ସରକାର ୧୨୦୦ କୋଟି ଟଙ୍କା ଖର୍ଚ୍ଚ କରିବେ ବୋଲି ବଜେଟ୍‌ରେ ସ୍ୱାସ୍ଥ୍ୟ ପ୍ରସଙ୍ଗ ଉଲ୍ଲେଖ କରି ଅର୍ଥମନ୍ତ୍ରୀ ଅରୁଣ ଜେଟ୍‌ଲୀ କହିଛନ୍ତି।

ଜାତୀୟ ସ୍ୱାସ୍ଥ୍ୟ ସୁରକ୍ଷା ଯୋଜନାରେ ୧୦ କୋଟି ଗରିବ ପରିବାରଙ୍କୁ ୫୦ କୋଟି ଟଙ୍କାର ସହାୟତା ଦିଆଯିବ। ଅର୍ଥାତ୍‌ ପ୍ରତି ପରିବାର ପିଛା ବର୍ଷକୁ ଦ୍ୱିତୀୟ ଏବଂ ତୃତୀୟ ପର୍ଯ୍ୟାୟ ଡାକ୍ତରୀ ଖର୍ଚ୍ଚ ବାବଦରେ ୫ ଲକ୍ଷ ଟଙ୍କାର ସହାୟତା ଦିଆଯିବ। ଏହା ହେଉଛି ବିଶ୍ୱର ସର୍ବବୃହତ୍‌ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ ବୋଲି ଜେଟ୍‌ଲୀ କହିଛନ୍ତି।

ପ୍ରତି ତିନୋଟି ନିର୍ବଚନ ମଣ୍ଡଳୀରେ ଗୋଟିଏ ଲେଖାଏଁ ମେଡିକାଲ୍‌ କଲେଜ ଖୋଲାଯିବ। ଜିଲ୍ଲା ହସ୍‌ପିଟାଲ୍‌ଗୁଡ଼ିକୁ ଉନ୍ନିତ କରାଯାଇ ୨୪ଟି ସରକାରୀ ମେଡିକାଲ୍‌ କଲେଜ ଏବଂ ହସ୍‌ପିଟାଲ୍‌ ଗଠନ କରାଯିବ। ଏହାଛଡ଼ା ଟିବି ରୋଗୀଙ୍କ ପାଇଁ ୬୦୦ କୋଟି ଟଙ୍କାର ପୌଷ୍ଟିକ ଆହାର ସହାୟତା ଯୋଗାଇ ଦିଆଯିିବ।

 

ସମ୍ବନ୍ଧିତ ଖବର