ଭୋପାଳ: ଯେଉଁ ବୁଥ୍‌ରେ କଂଗ୍ରେସ ଖାତା ଖୋଲିବାକୁ (ଆଦୌ ଭୋଟ୍‌ ନ ପାଇବା) ବିଫଳ ହେବ, ସେ ବୁଥ୍‌ର ‘ଇନ୍‌ଚାର୍ଜ’ଙ୍କୁ (ଦାୟିତ୍ବରେ ଥିବା ବ୍ୟକ୍ତି) ୫୧,୦୦୦ ଟଙ୍କା ଦେବି କହି ବରିଷ୍ଠ ‘ବିଜେପି’ ନେତା କୈଳାସ ବିଜୟବର୍ଗିୟ ବିବାଦର ସୂତ୍ରପାତ କହିଛନ୍ତି।

Advertisment

ମଧ୍ୟପ୍ରଦେଶର ଇନ୍ଦୋର-୧ ଆସନରୁ ବିଧାନସଭାରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ବରିଷ୍ଠ ‘ବିଜେପି’ ନେତା କୈଳାସ ବିଜୟବର୍ଗୀୟ ଗୁରୁବାର ଦିନ ସାଧାରଣ ସଭାରେ ଉଦ୍‌ବୋଧନ ଦେବା ବେଳେ କହିଛନ୍ତି, ଦୟାକରି ‘ବିଜେପି’କୁ ଭୋଟ୍‌ ଦିଅନ୍ତୁ। ଏହି ୱାର୍ଡରୁ କଂଗ୍ରେସ ଖ‌ଣ୍ଡେ ସୁଦ୍ଧା ଭୋଟ୍‌ ନ ପାଇବା ଉଚିତ। ମୁଁ ଘୋଷଣା କରୁଛି ଯେଉଁ ବୁଥ୍‌ରେ କଂଗ୍ରେସ ଖାତା ଖୋଲି ପାରିବ ନାହିଁ, ସେ ବୁଥ୍‌ ଇନ୍‌ଚାର୍ଜଙ୍କୁ ମୁଁ ୫୧,୦୦୦ ଟଙ୍କା ଦେବି।

ବିଜୟବର୍ଗୀୟଙ୍କ ଉପରୋକ୍ତ କଥା ଶୁଣି ସଭାର ଶ୍ରୋତାମାନେ ଜୋର୍‌ରେ କରତାଳି ଦେଇଥିଲେ।

publive-image Image Courtesy of India TV

ପୂର୍ବରୁ ମେୟର୍‌ ଥିବା କୈଳାସ ବିଜୟବର୍ଗୀୟ ଅଳ୍ପ ଦିନ ତଳେ କହିଥିଲେ ଯେ, ଖାଲି ବିଧାୟକ ହେବାକୁ ସେ ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରତିଦ୍ବନ୍ଦ୍ବିତା କରୁନାହାନାନ୍ତି। ‘ବିଜେପି’ ନିର୍ବାଚନ ଜିଣିଲେ ସେ ପ୍ରମୁଖ ମୁଖ୍ୟମନ୍ତ୍ରୀ ପ୍ରତିଦ୍ବନ୍ଦ୍ବୀ ହେବେ ବୋଲି ଆଭାସ ଦେଇଛନ୍ତି।

publive-image Image Courtesy of Times Now

ସେ ଆହୁରି ମଧ୍ୟ କହିଛନ୍ତି, ମୁଁ ଆପଣମାନଙ୍କୁ ନିଶ୍ଚିତ କରୁଛି ଯେ, ମଧ୍ୟପ୍ରଦେଶରେ ପୁଣି ‘ବିଜେପି’ ସରକାର ଗଢ଼ିବ। ମୁଁ ଖାଲି ବିଧାୟକ ହେବାକୁ ଆସିନାହିଁ, ଦଳ ତରଫରୁ ମତେ ଆହୁରି ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳବ। ଗୁରୁତ୍ବପୂର୍ଣ୍ଣ ଦାୟିତ୍ବ ମିଳିଲେ ଗୁରୁତ୍ବପୂର୍ଣ୍ଣ କାର୍ଯ୍ୟ ମଧ୍ୟ କରିବି। ମୁଁ ଆପଣମାନଙ୍କୁ ଭରସା ଦେଇ କହୁଛି, ଆମେ ବିକାଶ କରିଛୁ ଓ ବିକାଶ କରିବୁ।

ଉଲ୍ଲେଖଯୋଗ୍ୟ, ପୂର୍ବରୁ ଥରେ ସଜସମାବେଶରେ ବିଜୟବର୍ଗୀୟ କହିଥିଲେ କି, ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରିବା ଲାଗି ତା’ର ତିଳେ ମାତ୍ର ଇଚ୍ଛାନାହିଁ।