କରୋନା ରୋଗୀଙ୍କୁ ୧୯୦ମିଟର ଦୂରତାରେ ଥିବା ଡାକ୍ତରଖାନାରେ ପହଞ୍ଚାଇବା ପାଇଁ ୮,୦୦୦ଟଙ୍କା ମାଗିଲେ ଆମ୍ବୁଲାନ୍ସ ଚାଳକ

ମୁମ୍ବାଇ: କୋଭିଡ-୧୯ ମହାମାରୀ ମଧ୍ୟରେ କରୋନା ପୀଡିତା ଓ ତାଙ୍କ ପରିବାର ଠକାମିର ଶିକାର ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି | ମହାରାଷ୍ଟ୍ରର ରାଜଧାନୀ ମୁମ୍ବାଇରେ ଜଣେ ଆମ୍ବୁଲାନ୍ସ ଚାଳକ ୧୯୦ମିଟିର ଦୂରତା ପାଇଁ ୮.୦୦୦ଟଙ୍କା ମାଗିବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି | ସୋସିଆଲ ମିଡିଆରେ ଏକ ଭିଡିଓ ଏବେ ଖୁବ ଭାଇରାଲ ହେଉଥିବା ବେଳେ ଭିଡ଼ିଓରେ ପୀଡିତ ପୁରା ଘଟଣା ଜଣାଇଛନ୍ତି |

Coronavirus Outbreak Highlights: 190 new COVID-19 cases recorded ...
Firstpost

ଭିଡିଓରେ ନଜର ଆସୁଥିବା ବ୍ୟକ୍ତି ଦାବି କରିଛନ୍ତି ଯେ, ତାଙ୍କୁ କୁର୍ଲାରେ ୧୯୦ମିଟିର ଦୂରତା ପାଇଁ ଆମ୍ବୁଲାନ୍ସ ଚାଳକ ୮,୦୦୦ ଟଙ୍କା ଦେବାକୁ କହିଥିଲେ। କୁର୍ଲା ୱେଷ୍ଟର ହବିବ ହସ୍ପିଟାଲରେ ଭର୍ତ୍ତି ହୋଇଥିବା ତାଙ୍କ ବୋହୂ କରୋନାଭାଇରସ୍ ଦ୍ୱାରା ଆକ୍ରାନ୍ତ ବୋଲି ଜଣା ପଡିବା ପରେ ତାଙ୍କ ପରିବାର ସ୍ଥାନୀୟ ସର୍ଚ୍ଚ ଇଞ୍ଜିନରୁ ନମ୍ବର ପାଇ ଆମ୍ବୁଲାନ୍ସକୁ ଫୋନ କରିଥିଲେ | କୁର୍ଲାରୁ ଫୌଜିଆ ହସ୍ପିଟାଲକୁ ପହଞ୍ଚିବା ପାଇଁ ସେ ୧୯୦ ମିଟର ବାଟ ଆମ୍ବୁଲାନ୍ସରେ ଆସିଥିଲେ | ଫୌଜିଆ ହସ୍ପିଟାଲରେ ପହଂଚିବା ପରେ ଆମ୍ବୁଲାନ୍ସ ଚାଳକ ତାଙ୍କୁ ୮,୦୦୦ ଟଙ୍କା ଦେବାକୁ କହିଥିଲେ ବୋଲି ଭିଡିଓରେ ନଜର ଆସୁଥିବା ବ୍ୟକ୍ତି ଦାବି କରିଛନ୍ତି | ତେବେ ଚାଳକ ଏତେ ଟଙ୍କା ମାଗିବା ପରେ ପୀଡିତ ତାଙ୍କୁ ଟଙ୍କା ଦେବାକୁ ମନା କରିବା ସହ ପକ୍କା ବିଲ ମାଗିଥିଲେ | ଯେତେବେଳେ ଦୁହେଁ ମୁହାଁମୁହିଁ ହୋଇଥିଲେ, ଡ୍ରାଇଭର କେବଳ ଜଣେ ଶ୍ରମିକ ବୋଲି କହି କୌଣସି ଦାୟିତ୍ୱ ନେବାକୁ ମନା କରିଦେଇଥିଲେ। ତେବେ ପରେ ପୀଡିତ ତାଙ୍କୁ ଟଙ୍କା ଦେଲେ କି ନାହିଁ, ସେ ନେଇ କୌଣସି ସୂଚନା ମିଳିପାରିନାହିଁ |

ସମ୍ବନ୍ଧିତ ଖବର