ନୂଆଦିଲ୍ଲୀ : ଏଟିଏମ୍ରେ ୨୦୦୦ ଟଙ୍କିଆ ନୋଟ୍ ଭର୍ତ୍ତି କରିବା ନେଇ ବ୍ୟାଙ୍କଗୁଡ଼ିକୁ କିଛି ବି ନିର୍ଦେଶ ଦିଆଯାଇନାହିଁ। ଏଟିଏମ୍ରେ କେଉଁ ନୋଟ୍ ଭର୍ତ୍ତି କରାଯିବ ସେ ନିଷ୍ପତ୍ତି ବ୍ୟାଙ୍କଗୁଡ଼ିକ ନିଜେ ନେଉଛନ୍ତି। ଏଟିଏମ୍ରେ ୨୦୦୦ ଟଙ୍କିଆ ରଖିବା ପାଇଁ ବ୍ୟାଙ୍କଗୁଡ଼ିକୁ ମନା କରାଯାଇନାହିଁ। ଅତୀତର ବ୍ୟବହାର ଧାରା, ଗ୍ରାହକଙ୍କ ଆବଶ୍ୟକତା ଏବଂ ଋତୁ ଭିତ୍ତିକ ଧାରାକୁ ବିଚାରକୁ ନେଇ ବ୍ୟାଙ୍କଗୁଡ଼ିକ ଏଟିଏମ୍ରେ ଟଙ୍କା ଭର୍ତ୍ତି କରୁଛନ୍ତି ବୋଲି ସୋମବାର ଦିନ ସଂସଦରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି।
ସେ କହିଛନ୍ତି ଯେ ୨୦୧୭ ମାର୍ଚ୍ଚ ସୁଦ୍ଧା ପ୍ରଚଳନରେ ଥିବା ୫୦୦ ଓ ୨୦୦୦ ଟଙ୍କିଆର ମୂଲ୍ୟ ୯.୫ ଲକ୍ଷ କୋଟଇ ଟଙ୍କା ଥିଲା। ୨୦୨୨ ମାର୍ଚ୍ଚ ସୁଦ୍ଧା ତାହା ୨୭.୦୫ ଲକ୍ଷ କୋଟି ଟଙ୍କାକୁ ବୃଦ୍ଧି ପାଇଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/01/Nirmala.jpeg)