‘ବିବାଦରେ ପୂର୍ଣ୍ଣଛେଦ ଟାଣି ରାମ ମନ୍ଦିର ନିର୍ମାଣ ଲାଗି ଏକାଠି ହେବା ଆବଶ୍ୟକ’ ବୋଲି କହିଲେ ଆରଏସଏସ ମୁଖ୍ୟ ମୋହନ ଭାଗବତ

ଅଯୋଧ୍ୟା ମାମଲାର ରାୟକୁ ସ୍ବାଗତ କରିଲେ ସରସଂଘଚାଳକ

ନୂଆଦିଲ୍ଲୀ:ବହୁଚର୍ଚ୍ଚିତ ଅଯୋଧ୍ୟା ମାମଲାର ଶୁଣାଣି କରି ସୁପ୍ରିମ୍ କୋର୍ଟ ଯେଉଁ ରାୟ ଶୁଣାଇଛନ୍ତି ତାକୁ ସ୍ବାଗତ କରିଛନ୍ତି ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ( ଆର ଏସଏସ)ର ସରସଂଘଚାଳକ ମୋହନ ଭାଗବତ। ଆର ଏସଏସ ମୁଖ୍ୟ କହିଛନ୍ତି ‘ଆମେ ଏହି ରାୟକୁ ମାନିବୁ। ଏବେ ଆମେ ଏହି ବିବାଦରେ ପୂର୍ଣ୍ଣଛେଦ ଟାଣିବା ଉଚିତ। ସେ ଶାନ୍ତି ଏବଂ ସଂହତି ବଜାୟ ରଖିବାକୁ ବି ନିବେଦନ କରିଛନ୍ତି।

ରାଷ୍ଟ୍ରୀୟ ସ୍ବୟଂସେବକ ସଂଘ( ଆର ଏସଏସ)ର ସରସଂଘଚାଳକ ମୋହନ ଭାଗବତ ଆହୁରି ମଧ୍ୟ କହିଛନ୍ତି ଯେ ଏବେ ଅତୀତକୁ ଭୁଲିଯାଇ ଆମେ ରାମ ମନ୍ଦିର ନିର୍ମାଣ ଲାଗି ଏକାଠି ହେବା ଆବଶ୍ୟକ।’

image source–aajtak

ଉଲ୍ଲେଖଯୋଗ୍ୟ,ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ହେବ ଏବଂ ମସଜିଦ୍ ନିର୍ମାଣ ପାଇଁ ମୁସଲମାନମାନଙ୍କୁ ବିକଳ୍ପ ଜମି ଯୋଗାଇ ଦିଆଯାଉ ବୋଲି ଶନିବାର ଦିନ ସୁପ୍ରିମ୍ କୋର୍ଟ କହିଛନ୍ତି।ବିବାଦୀୟ ଢାଞ୍ଚା ଉପରେ ମନ୍ଦିର ନିର୍ମାଣ ଲାଗି ତିନି ମାସ ମଧ୍ୟରେ ଏକ ଯୋଜନା କରି କେନ୍ଦ୍ର ସରକାର ବୋର୍ଡ ଟ୍ରଷ୍ଟି ଗଠନ କରିବେ। ବୋର୍ଡ ଅଫ୍ ଟ୍ରଷ୍ଟିଙ୍କୁ କେନ୍ଦ୍ର ସରକାର ବିବାଦୀୟ ସ୍ଥାନ ହସ୍ତାନ୍ତର କରିବେ ଏବଂ ଅଯୋଧ୍ୟା ଠାରେ ସୁନ୍ନି ଓ୍ଵାକଫ୍ ବୋର୍ଡକୁ ୫ ଏକର ବିଶିଷ୍ଟ ବିକଳ୍ପ ଜମି ଯୋଗାଇ ଦେବେ।

ସମ୍ବନ୍ଧିତ ଖବର