ନୂଆଦିଲ୍ଲୀ : ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭାଗବତ ଗୁରୁବାର ଦିନ ଦିଲ୍ଳୀର ଏକ ମସଜିଦ ପରିଦର୍ଶନରେ ଯାଇଥିଲେ। ସେଠାରେ ମୁଖ୍ୟ ଇମାମଙ୍କ ସହିତ ସାକ୍ଷାତ ଆଲୋଚନା କରିବା ସହିତ ମଦ୍ରାସାରେ ପିଲାମାନଙ୍କ ସହିତ କିଛି ସମୟ କଟାଇଥିଲେ। ବୈଠକ ପରେ ଅଲ୍ ଇଣ୍ଡିଆ ଇମାମ ସଂଗଠନ (ଏଆଇଆଇଓ)ର ମୁଖ୍ୟ ଇମାମ ଉମର ଅହମଦ ଇଲିୟାସି ଭାଗବତଙ୍କୁ ‘ରାଷ୍ଟ୍ରପିତା’ ଓ ‘ରାଷ୍ଟ୍ରଋଷି’ ବୋଲି କହିଛନ୍ତି। ଇମାମ ସାମ୍ବାଦିକମାନଙ୍କୁ କହିଲେ,- ‘ମୋହନ ଭାଗବତ ଆମକୁ ଭେଟି ଆମସହ ଆଲୋଚନା କରିବା ଆମ ପାଇଁ ସୌଭାଗ୍ୟର ବିଷୟ। ଭାଗବତ ଆମକୁ ଭେଟିବା ପାଇଁ ଇମାମ ହାଉସ ଆସିଥିଲେ ଏବଂ ସେ ହେଉଛନ୍ତି ରାଷ୍ଟ୍ରପିତା ଓ ରାଷ୍ଟ୍ରଋଷି। ଦେଶର ଏକତା ଓ ସଂହତି ରକ୍ଷା ହେବା ଉଚିତ। ଆମର ଉପାସନା ପଦ୍ଧତି ଭିନ୍ନ ହୋଇପାରେ, କିନ୍ତୁ ଆମେ ସମସ୍ତେ ମଣିଷ। ଆମେ ଭାରତରେ ବାସ କରୁଛୁ ଏବଂ ଆମେ ଭାରତୀୟ। ଭାରତ ବିଶ୍ବଗୁରୁ ହେବାକୁ ଯାଉଛି ଏବଂ ଆମେ ସମସ୍ତେ ଏଥିରେ ଯୋଗଦାନ ରଖିବା ଉଚିତ।’
ଏହା ଶୁଣି ସାମ୍ବାଦିକମାନେ ପଚାରିଲେ, ‘ଭାଗବତ କ’ଣ ରାଷ୍ଟ୍ରପିତା?’ ଇଲିୟାସି ସଙ୍ଗେ ସଙ୍ଗେ ଉତ୍ତର ଦେଲେ, ‘ହଁ ସେ ରାଷ୍ଟ୍ରପିତା।’ ଇଲିୟାସିଙ୍କ ଭାଇ ସୁହୈବ ଇଲିୟାସି କହିଛନ୍ତି ଯେ ତାଙ୍କ ବାପାଙ୍କର ସଂଘ ସହ ପୁରୁଣା ସମ୍ପର୍କ ଥିଲା। ତାଙ୍କ ବାପା ଜାମିଲ ଇଲିୟାସିଙ୍କ ମୃତ୍ୟୁବାର୍ଷିକୀରେ ମୋହନ ଭାଗବତ ମସଜିଦକୁ ଆସିଥିଲେ। ଏହା ଏକ ପାରିବାରିକ କାର୍ଯ୍ୟକ୍ରମ ଏବଂ ଏହାକୁ ସେହି ଦୃଷ୍ଟିରେ ଦେଖିବା ଉଚିତ। ଦେଶରେ ସାମ୍ପ୍ରଦାୟିକ ସଦ୍ଭାବ ବୃଦ୍ଧି ପାଇଁ ମୋହନ ଭାଗବତ ମୁସଲିମ ବିଦ୍ବାନମାନଙ୍କ ସହ ଆଲୋଚନା କରିଥିଲେ।
ଇତିମଧ୍ୟରେ ଏଆଇଏମ୍ଆଇଏମ୍ ମୁଖ୍ୟ ଅସଦୁଦ୍ଦିନ ଅୱେସି କହିଛନ୍ତି, ‘ଏମାନେ (ମୁସଲିମ ବିଦ୍ବାନ) ଗଲେ ଆଉ ତାଙ୍କୁ (ଭାଗବତଙ୍କୁ) ଭେଟିଲେ। ଏମାନଙ୍କର ବାସ୍ତବତା ସହ ସମ୍ବନ୍ଧ ନାହିଁ। ସାରା ବିଶ୍ବ ଜାଣିଛି ଆର୍ଏସ୍ଏସ୍ର ଆଦର୍ଶ କ’ଣ। ଆମେ ମୌଳିକ ଅଧିକାର ପାଇଁ ରାଜନୈତିକଭାବେ ଲଢ଼େଇ କରୁଛୁ ।’
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2022/09/rss-chief-delhi.jpg)