ଡାକ୍ତରଖାନାରେ ଭର୍ତ୍ତି ହେଲେ କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହୋଇଥିବା ‘ଆର୍‌ଏସ୍‌ଏସ୍‌’ ମୁଖ୍ୟ ମୋହନ ଭାଗବତ

ନାଗପୁର: କୋଭିଡ୍‌-୧୯ ପଜିଟିଭ୍‌ ଚିହ୍ନଟ ହେବା ପରେ ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ମୁଖ୍ୟ ମୋହନ ଭାଗବତ ନାଗପୁରର ଏକ ଡାକ୍ତରଖାନାରେ ଭର୍ତ୍ତି ହୋଇଥିବା କଥା ଶୁକ୍ରବାର ଦିନ ଟୁଇଟ୍‌ କରି ‘ଆର୍‌ଏସ୍‌ଏସ୍‌’ କହିଛି।

ହିନ୍ଦୀ ଭାଷାରେ ଲିଖିତ ଏହି ଟୁଇଟ୍‌ରେ ଉଲ୍ଲେଖ ଅଛି, ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ପରମପୂଜନୀୟ ସରସଞ୍ଚାଳକ ଡକ୍ଟର ମୋହନଜୀ ଭାଗବତ ଆଜି ଦ୍ୱିପ୍ରହରରେ କରୋନା ପଜିଟିଭ୍‌ ଚିହ୍ନଟ ହୋଇଛନ୍ତି। ସମ୍ପ୍ରତି ତାଙ୍କ ଶରୀରରେ କରୋନାର ସାମାନ୍ୟ ଲକ୍ଷଣ ରହିଛି। ସାଧାରଣ ସ୍ୱାସ୍ଥ୍ୟ ପରୀକ୍ଷା ଏବଂ ସତର୍କତାମୂଳକ ପଦକ୍ଷେପସ୍ୱରୂପ ତାଙ୍କୁ ନାଗପୁରସ୍ଥିତ କିଙ୍ଗ୍‌ସ୍‌େଓ୍ଵ ହସ୍ପିଟାଲ୍‌ରେ ଭର୍ତ୍ତି କରାଯାଇଛି।

Image Courtesy of The Times of India

ସୂଚନାଯୋଗ୍ୟ, ମାର୍ଚ ୭ ତାରିଖ ଦିନ ମୋହନ ଭାଗବତ କୋଭିଡ୍‌-୧୯ ଟିକା ନେଇଥିଲେ। ସେ ଦିନ ତାଙ୍କ ସହ ‘ଆର୍‌ଏସ୍‌ଏସ୍‌’ର ସାଧାରଣ ସମ୍ପାଦକ ସୁରେଶ ଭୟାଜୀ ଯୋଶୀ ମଧ୍ୟ ନାଗପୁରସ୍ଥିତ ‘ନ୍ୟାସ୍‌ନାଲ୍‌ କ୍ୟାନ୍‌ସର୍‌ ଇନ୍‌ଷ୍ଟିଚ୍ୟୁଟ୍‌’ରେ କରୋନାଭାଇରସ୍‌ ନିରୋଧୀ ଟିକାର ପ୍ରଥମ ଡୋଜ୍‌ ନେଇଥିଲେ।

କିନ୍ତୁ, ତାଙ୍କୁ ଏପର୍ଯ୍ୟନ୍ତ ଟିକାର ଦ୍ୱିତୀୟ ଡୋଜ୍‌ ଦିଆଯାଇ ନାହିଁ।

ସମ୍ବନ୍ଧିତ ଖବର