ରାମଙ୍କ କାମ କରିବାର ଅଛି ଏବଂ ରାମଙ୍କ କାମ ହିଁ ହେବ : ଆର ଏସ୍ ଏସ୍ ସରସଂଘଚାଳକ ମୋହନ ଭାଗବତ୍

ଉଦୟପୁର: ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ୍ ରାମ ମନ୍ଦିର ସହ ଜଡିତ ଥିବା ଏକ ପ୍ରଶ୍ନର ଉତ୍ତର ଦେଇ କହିଛନ୍ତି ରାମଙ୍କ କାମ କରିବାର ଅଛି ଏବଂ ରାମଙ୍କ କାମ ହେବ ହିଁ ହେବ । ରାଜସ୍ଥାନରେ ଏକ କାର୍ଯ୍ୟକ୍ରମ ସମୟରେ ଭାଗବତ୍ କହିଥିଲେ ଯେ ରାମଙ୍କ କାମ କରିବାର ଅଛି । ଆମର ହିଁ ଏହି କାମ , ଆମ କାମ ଆମେ ନିଜେ କରିବୁ । ଅନ୍ୟ ସବୁ ଦେଶ ମହାଶକ୍ତି ହେବାରେ ଅଲଗା ରହିବ । ଆମ ଦେଶର ଶକ୍ତି ହିଁ ଭିନ୍ନ , ଯାହାର ବ୍ୟବହାର ରାମ କରନ୍ତି ରାବଣ କରିଥିଲେ କଥା ଅଲଗା ହୋଇଥାନ୍ତା ।

କଥାବାଚକ ମୋରାରୀ ବାପୁଙ୍କ ଉପସ୍ଥିତିରେ ଭାଗବତ୍ କହିଥିଲେ ଯେ , ଇତିହାସ କହିଛି ଯେଉଁ ଦେଶର ଲୋକ ସଜାଗ,ସକ୍ରିୟ,ଶକ୍ତିଶାଳୀ ଏବଂ ସ୍ଥିରବୁଦ୍ଧି ସେହି ଦେଶର ଭାଗ୍ୟ ନିରନ୍ତର ଆଗକୁ ବଢିଥାଏ । ଭାଗବତ୍ କହିଥିଲେ, ସବୁବେଳେ ଚର୍ଚ୍ଚା ହେଉଛି ଯେ ଭାରତ ବିଶ୍ୱଶକ୍ତି ହେବ କିନ୍ତୁ ଏହା ପୂର୍ବରୁ ଆମ ପାଖରେ ଗୋଟିଏ ଡରର ବାଡି ଅବଶ୍ୟ ରହିବା ଆବଶ୍ୟକ ।

ରାଷ୍ଟ୍ରୀୟ ସ୍ୱୟଂସେବକ ସଂଘର ସରସଂଘଚାଳକ ମୋହନ ଭାଗବତ୍ ଉଦୟପୁରରେ ଚାଲୁଥିବା ରାଜସ୍ଥାନ କ୍ଷେତ୍ର ସଂଘ ଶିକ୍ଷା ବର୍ଗ ଦ୍ୱିତୀୟ ବର୍ଷ ପ୍ରଶିକ୍ଷଣ ଶିବିରରେ ଯୋଗ ଦେବାକୁ ପହଂଚିଥିଲେ । ସେ ଏଠାରେ ୪ ଦିନ ଧରି ରହିବେ । ଏହି ଶିବିରରେ ୩୦୦ ସ୍ୱୟଂସେବକ ଯୋଗ ଦେଇଛନ୍ତି।

ସମ୍ବନ୍ଧିତ ଖବର