ଲିଭ୍‌ ଇନ ଅପେକ୍ଷା ବିବାହ କରି ଅଧିକ ଖୁସିରେ ରହୁଛନ୍ତି ମହିଳା

ନୂଆଦିଲ୍ଲୀ : ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ମଙ୍ଗଳବାର ଏକ ସର୍ଭେ ରିପୋର୍ଟ ଜାରି କରିବାକୁ ଯାଉଛନ୍ତି । ଯେଉଁଥିରେ କୁହାଯାଇଛି କି, ଲିଭ୍‌ ଇନ୍‌ ସଂପର୍କ ତୁଳନାରେ ବିବାହିତ ମହିଳାମାନେ ଅଧିକ ଖୁସିରେ ରହୁଛନ୍ତି । ଏହି ସର୍ଭେ ପୁଣେରେ ଥିବା ଦ୍ରିଷ୍ଟି ସ୍ତ୍ରୀ ଅଧ୍ୟୟନ ପ୍ରବୋଧନ କେନ୍ଦ୍ର ପକ୍ଷରୁ ପ୍ରସ୍ତୁତ କରାଯାଇଥିବା ବେଳେ ଏ ବିଷୟରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘର ସମନ୍ଵୟ ବୈଠକରେ ଆଲୋଚନା କରାଯାଇଥିଲା ।

ଆର୍‌ଏସ୍‌ଏସ୍‌ ପକ୍ଷରୁ କୁହାଯାଇଛି କି, ବିବାହ କରି ମହିଳାମାନେ ଅଧିକ ଖୁସିରେ ରହୁଥିବା ବେଳେ ଲିଭ୍‌ ଇନ୍‌ରେ ରହୁଥିବା ମହିଳା ସେତେ ଅଧିକ ଖୁସିରେ ରହି ପାରୁ ନାହାନ୍ତି । ବିଦେଶୀ ମିଡିଆ ସହ କଥାବାର୍ତ୍ତା ହେବା ପରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ହୋଇଥିବା ସର୍ଭେ ରିପୋର୍ଟ ମଙ୍ଗଳବାର ରିଲିଜ୍‌ କରିବେ ।

RSS chief Mohan Bhagwat
newindianexpress.com

ଆଜିକାଲି ପିଲାମାନେ ବିବାହ ପୂର୍ବରୁ ପରସ୍ପରକୁ ଜାଣିବା ପାଇଁ ଲିଭ୍‌ ଇନ୍‌ରେ ରହିବା ଆରମ୍ଭ କରିଛନ୍ତି । ପୂର୍ବରୁ ଏହି ସୁବିଧା ନ ଥିବା ବେଳେ ଏବେ ଏହା ପ୍ରଚଳିତ ହୋଇଛି । କିନ୍ତୁ ଅଧାରୁ ଅଧିକ ସଂପର୍କ ଲିଭ୍‌ ଇନ୍‌ରେ ହିଁ ଭାଙ୍ଗି ଯାଉଥିବା ବେଳେ ଲିଭ୍‌ ଇନ୍‌ରେ ଅଧିକ ଅଶାନ୍ତି ଦେଖା ଦେଉଛି ।

ସମ୍ବନ୍ଧିତ ଖବର