ନୂଆଦିଲ୍ଲୀ : କଂଗ୍ରେସ ନେତା ରାହୁଲ ଗାନ୍ଧି ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘ (ଆରଏସଏସ)କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଆରଏସଏସ ହେଉଛି ଏକବିଂଶ ଶତାବ୍ଦୀର କୌରବ । ଆରଏସଏସ୍ ପଛରେ ଛିଡ଼ା ହୋଇଥିବା ଦେଶର ୨-୩ ସବୁଠାରୁ ଧନୀ ବ୍ୟକ୍ତିଙ୍କୁ ବି ସେ ସମାଲୋଚନା କରିଛନ୍ତି ।

Advertisment

ଭାରତ ଯୋଡ଼ୋ ଯାତ୍ରା କରୁଥିବା ରାହୁଲ ସୋମବାରଦିନ ହରିୟାଣାର କୁରୁକ୍ଷେତ୍ରଠାରେ କହିଛନ୍ତି ଯେ ଏକବିଂଶ ଶତାବ୍ଦୀର କୌରବମାନେ ଖାକି ପ୍ୟାଣ୍ଟ ପିନ୍ଧନ୍ତି, ହାତରେ ଲାଠି ଧରନ୍ତି ଓ ଶାଖାକୁ ଯାଆନ୍ତି । ଏହି କୌରବମାନଙ୍କୁ ଦେଶର ଦୁଇ ତିନି ଧନୀ ବ୍ୟକ୍ତି ସହାୟତା କରନ୍ତି ।

ସେ ଆହୁରି ମଧ୍ୟ କହିଛନ୍ତି ଯେ ଏହି ଲୋକମାନେ କେବେ ହେଲେ ହର ହର ମହାଦେବ କୁହନ୍ତି ନାହିଁ ।କାରଣ ମହାଦେବ ହେଉଛନ୍ତି ତପସ୍ବୀ । ସେମାନେ ଜୟ ସୀତାରାମ କହୁନାହାନ୍ତି, ବରଂ ଜୟ ଶ୍ରୀରାମ କହୁଛନ୍ତି ।

ଗତ କାଲି ରାହୁଲ କହିଥିଲେ ଯେ କଂଗ୍ରେସ ତପସ୍ୟାରେ ବିଶ୍ବାସ କରେ, କିନ୍ତୁ ବିଜେପି ପୂଜାରେ ବିଶ୍ବାସ କରେ । ଭାରତ ହେଉଛି ତପସ୍ବୀମାନଙ୍କ ଏକ ଦେଶ ପୂଜାରୀଙ୍କ ଦେଶ ନୁହେଁ ।

ରବିବାର ଦିନ ହରିୟାଣାରେ ସାମ୍ବାଦିକମାନଙ୍କ ସହ କଥାବାର୍ତ୍ତା କରି ପୂର୍ବତନ କଂଗ୍ରେସ ସଭାପତି କହିଛନ୍ତି, ରାହୁଲ ଗାନ୍ଧୀ ଆପଣଙ୍କ ମନରେ ଅଛନ୍ତି, ମୁଁ ତାଙ୍କୁ ହତ୍ୟା କରିଛି । ସେ ମୋ ମନରେ ଆଦୌ ନାହାଁନ୍ତି । ସେ ଚାଲିଯାଇଛନ୍ତି..." ।