ଲୁଧିଆନାରେ ଆର୍‌ଏସ୍‌ଏସ୍‌ ନେତାଙ୍କୁ ହତ୍ୟା

ଲୁଧିଆନା : ସକାଳେ ଲୁଧିଆନା ସ୍ଥିତ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ(ଆର୍‌ଏସ୍‌ଏସ୍‌) ମୋହନ ଶାଖାର ମୁଖ୍ୟ ଶିକ୍ଷକ ରବୀନ୍ଦ୍ର ଗୋସାଇଁ(୫୮)ଙ୍କୁ ଆତତାୟୀମାନେ ଗୁଳି କରି ହତ୍ୟା କରିଛନ୍ତି। ସ୍ଥାନୀୟ ବିଜେପି ଶାଖାର ମଧ୍ୟ ମଣ୍ଡଳ ପ୍ରଧାନ ଥିବା ରବୀନ୍ଦ୍ର ସକାଳେ ଶାଖାରୁ ଫେରି ସ୍ଥାନୀୟ ଗଗନଜିତ କଲୋନି ସ୍ଥିତ ନିଜ ବାସଭବନ ବାହାରେ ବସିଥିଲେ। ବାଇକ୍‌ରେ ଦୁଇ ଜଣ ମୁଖାପିନ୍ଧା ଦୁର୍ବୃତ୍ତ ଆସି ତାଙ୍କୁ ଡାକିଥିଲେ। ସେ ପାଖକୁ ଯିବା ମାତ୍ରେ ହିଁ ସେମାନେ ଗୁଳିମାଡ଼ କରି ଚମ୍ପଟ ମାରିଥିଲେ। ଏଥିରେ ଘଟଣାସ୍ଥଳରେ ହିଁ ରବୀନ୍ଦ୍ରଙ୍କର ମୃତ୍ୟୁ ହୋଇଥିଲା।

ସମ୍ବନ୍ଧିତ ଖବର