ଆରଏସ୍‌ଏସ୍‌ ନେତାଙ୍କୁ ଭେଟିଲେ ଆଦିତ୍ୟନାଥ

ନୂଆଦିଲ୍ଲୀ: ଶୀଘ୍ର ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ କରାଯିବ ବୋଲି ମତବ୍ୟକ୍ତ କରିବାର ଦିନକ ପରେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ଆଜି ଆରଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଓ ସଂଘର ଅନ୍ୟ ସଦସ୍ୟଙ୍କୁ ଭେଟି ଦୀର୍ଘ ୨ ଘଣ୍ଟାକାଳ ଆଲୋଚନା କରିଛନ୍ତି। ତେବେ ନିକଟରେ ୟୁପିରେ ହୋଇଥିବା ଉପ ନିର୍ବାଚନ ଗୁଡ଼ିକରେ ବିଜେପିର ପରାଜୟ ପରେ ୨୦୧୯ ଲୋକସଭା ନିର୍ବାଚନରେ ପୁଣି ଥରେ ବିଜେପିର ବିଜୟ କାଏମ ରଖିବାକୁ ସେ ଆଲୋଚନା କରିଥିବା ଚର୍ଚ୍ଚା ହେଉଛି।

ସମ୍ବନ୍ଧିତ ଖବର