ନୂଆଦିଳ୍ଲୀ: କିଛି ଦିନ ତଳେ ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭଗବତ ଦେଇଥିବା ‘ବାସ୍ତବ ସେବକ’ ବୟାନ ବେଶ୍ ଚର୍ଚ୍ଚା ଧରିଥିଲା। ବିଜେପି ଓ ଆର୍ଏସ୍ଏସ୍ ମଧ୍ୟରେ ତିକ୍ତତା ସୃଷ୍ଟି ହୋଇଛି ବୋଲି ଚର୍ଚ୍ଚା ହେଉଥିଲା। ହେଲେ ଏବେ ଏହି ଚର୍ଚ୍ଚାକୁ ଅସ୍ବୀକାର କରିଛନ୍ତି ଆର୍ଏସ୍ଏସ୍ ମୁଖ୍ୟ ମୋହନ ଭଗବତ।
ସେ ସ୍ପଷ୍ଟ କରିଛନ୍ତି ଯେ ତାଙ୍କ ବୟାନକୁ ଭୁଲ ଭାବରେ ବ୍ୟାଖ୍ୟା କରାଯାଇଛି। ଏହର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କିମ୍ବା କୌଣସି ବିଜେପି ନେତାଙ୍କ ଉଦ୍ଦ୍ୟେରେ ନଥିଲା।
ଆରଏସଏସ ସୂତ୍ର ନ୍ୟୁଜ୍ ଏଜେନ୍ସି ପିଟିଆଇକୁ କହିଛି ଯେ ବିରୋଧୀଦଳର ନେତାଙ୍କ ସମେତ ଏକ ବିଭାଗ ପକ୍ଷରୁ କୁହାଯାଇଛି ଯେ ଭାଗବତଙ୍କ ମନ୍ତବ୍ୟ ଗେରୁଆ ଦଳର ନେତା କିମ୍ବା ପ୍ରଧାନମନ୍ତ୍ରୀ ନରେନ୍ଦ୍ରଙ୍କ ଉଦ୍ଦେଶ୍ୟରେ ସଂଗଠିତ। ମାତ୍ର ତାଙ୍କ କଥାକୁ କଦର୍ଥ କରାଯାଇଛି।
ଆରଏସଏସ ମୁଖ୍ୟ ମୋହନ ଭଗବତ ଜନସେବାରେ ନମ୍ରତାର ଗୁରୁତ୍ୱ ପ୍ରଚାର କରିବା ପରେ ଏହି ପ୍ରସଂଗ ଉଠିଥିଲା। ସେ କହିଥିଲେ “ଜଣେ ପ୍ରକୃତ ସେବକ ସ୍ବାଭିମାନ ରକ୍ଷା କରିଥାନ୍ତି। କାମ କରିବା ସମୟରେ ନୀତିନିୟମକୁ ଅନୁସରଣ କରନ୍ତି। ମୁଁ ଏହି କାମ କରିଛି ବୋଲି ଅହଂକାର ରହିବା ଅନୁଚିତ। କେବଳ ତାହାକୁ ପ୍ରକୃତ ସେବା ବୋଲି କୁହାଯାଇପାରିବ।”
ଅହିଂସା ଏବଂ ସତ୍ୟର ନୀତିକୁ ଦର୍ଶାଇ ଭାଗବତ ସମସ୍ତଙ୍କ ପ୍ରତି ନମ୍ରତା ଏବଂ ଶୁଭେଚ୍ଛାର ଆବଶ୍ୟକତା ଉପରେ ଗୁରୁତ୍ୱାରୋପ କରିଥିଲେ।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2024/06/Untitled-78.jpg)